Masthead

ତ୍ୱଚାକୁ ସୁସ୍ଥ ଓ ସୁନ୍ଦର ରଖିବାକୁ ଚାହୁଁଛନ୍ତି କି? ତେବେ ପଢନ୍ତୁ ଏହି ଟିପ୍ସ..

ସୁନ୍ଦର ଓ ସୁସ୍ଥ ତ୍ୱଚା ସମସ୍ତେ ଚାହାଁନ୍ତି । ସେ ଝିଅ ହୁଅନ୍ତୁ କିମ୍ବା ପୁଅ । ଏଥିପାଇଁ ବଜାରରେ ଅନେକ ସ୍କିନ କେୟାର କ୍ରିମ ମଧ୍ୟ ଉପଲବ୍ଧ । ଯେଉଁମାନଙ୍କର ସ୍କିନ ସେନ୍ସିଟିଭ ହୋଇଥାଏ ସେମାନଙ୍କ ଉପରେ କ୍ରିମର ଖରାପ ପ୍ରଭାବ ପଡିଥାଏ । ତେବେ ଏହି ପରିସ୍ଥିତିରେ ସେମାନଙ୍କ ପାଇଁ ବିକଳ୍ପ ଉପାୟ ମଧ୍ୟ ରହିଛି । ଏହି ଉପାୟକୁ ସମସ୍ତେ ଗ୍ରହଣ କରିପାରିବେ । ଅନେକ ଘରୋଇ ଉଦ୍ଭିଦ ଅଛି ଯାହା ସାହାଯ୍ୟରେ ଆମେ ନିଜ ସ୍କିନର ଉପଯୁକ୍ତ ଯତ୍ନ ନେଇ ପାରିବା । ଏହାର ବ୍ୟବହାରରେ ସ୍କିନ ତଥା ତ୍ୱଚା ସୁସ୍ଥ ରହିବା ସହ ଉଜ୍ଜଳ ଦେଖାଯାଇଥାଏ । ଏଥିରୁ ସ୍କିନ ଜନିତ ସମସ୍ତ ସମସ୍ୟାରୁ ମଧ୍ୟ ମୁକ୍ତି ପାଇହେବ । ଏହି ଉଦ୍ଭିଦଗୁଡିକର ଘରେ ଲଗାଇ ଏହାର ଲାଭ ଉଠାଇ ପାରିବେ । ତେବେ ଘରେ କେଉଁ ଗଛ ଲଗାଇ ଏହି ଲାଭ ଉଠାଇ ପାରିବେ ଆସନ୍ତୁ ଜାଣିବା:-

ନିମ ଗଛ
ଆପଣ ଘରେ ଯେକୋଣସି ସ୍ଥାନରେ ନିମ ପ୍ଲାଣ୍ଟ ଲଗାଇ ପାରିବେ । ଏହାକୁ ଏକ ଛୋଟ ବୋନସାଇ ଲୁକରେ ସଜାଇ ମଧ୍ୟ ପାରିବେ ।

ବ୍ୟବହାର:-
ନିମ ପତ୍ର ଲଗାଇବା ପାଇଁ, ଏହାକୁ ଗ୍ରାଇଣ୍ଡ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ତା’ପରେ ସେଥିରେ ହଳଦୀ ମିଶାଇ ଏକ ମୋଟା ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାଇ ଶୁଖିବାକୁ ଛାଡିଦିଅନ୍ତୁ । ଏହା ଚେହେରାକୁ ଚମକ ଆଣିବା ସହିତ ବ୍ରଣରୁ ରକ୍ଷା ପାଇବାରେ ସାହାଯ୍ୟ କରିଥାଏ ।

ଘି’ କୁଆଁରୀ ଗଛ
ସ୍କିନରେ ଆଲୋଭେରା ତଥା ଘି’ କୁଆଁରୀ ପ୍ରୟୋଗ କରିବାର ଅନେକ ଲାଭ ଅଛି । ଏହାର ଉପକାରିତାକୁ ଦୃଷ୍ଟିରେ ରଖି ଆଜିକାଲି ସମସ୍ତେ ଏହାକୁ ଘରେ ଲଗେଇଲେଣି ।

ବ୍ୟବହାର:-
ଏହାକୁ ମୁହଁରେ ଲଗାଇବାଦ୍ୱାରା ଏହା ସ୍କିନରେ ଥିବା ଦାଗ, ଶୁଷ୍କତା, ଦୁର୍ବଳତା ଏବଂ ସମସ୍ତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ।

ତୁଳସୀ ଗଛ
ତୁଳସୀ ଗଛର ଧାର୍ମିକ ମହତ୍ତ୍ୱ ରହିଛି । ହିନ୍ଦୁ ଘରେ ଏହି ଗଛକୁ ପୂଜା କରାଯାଇଥାଏ । ଏଥିରେ ଆଣ୍ଟି-ବ୍ୟାକ୍ଟେରିଆ , ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ।

ବ୍ୟବହାର:-
ଏହାର ପତ୍ରକୁ ଗ୍ରାଇଣ୍ଡ କରି ଏକ ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାଇଲେ ଫ୍ରେକ୍ଲେସ୍ ଏବଂ ବ୍ରଣ ସମସ୍ୟା ଦୂର ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଥଣ୍ଡା,ଜ୍ୱର ମଧ୍ୟ କମିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ