Masthead

୨୬ରେ ପୂର୍ଣ୍ଣିମା-ଚନ୍ଦ୍ରଗ୍ରହଣ-ବାତ୍ୟା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବାତ୍ୟା ‘ୟାଶ୍’ ଅତି ଭୟଙ୍କର ରୂପ ନେବ । ୨୬ରେ ଲ୍ୟାଣ୍ଡଫଲ କରିବ । ପାରାଦୀପ ଓ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛଇଁବ ବାତ୍ୟା ‘ୟାଶ୍’ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ସେହି ୨୬ରେ ପୂର୍ଣ୍ଣମୀ ପଡୁଛି । ମାନେ ସମୁଦ୍ର ବେଶୀ ଅଶାନ୍ତ ରହିବାର ଆଶଙ୍କା ରହିଛି । ଏହା ସହ ସେହିଦନ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବାକୁ ଯଉଛି । ଯେଉଁ ଦିନ ଆକାଶରେ ଦେଖାଦେବ ଏକକାଳୀନ ସୁପରମୁନ । ଏହା ୨୦୨୧ ମସିହାର ଶେଷ ସୁପରମୁନ୍ ହେବାକୁ ଯାଉଛି ।

ସାଧାରଣ ଚନ୍ଦ୍ରଠାରୁ ଏହା ପ୍ରାୟ ୭ ପ୍ରତିଶତ ବଡ଼ ଓ ୧୫ ପ୍ରତିଶତ ଉଜ୍ଜଳ ଦେଖାଯିବ । ଚନ୍ଦ୍ର ୨୬ ତାରିଖରେ ପୃଥିବୀର ଛାୟାରେ ଅପରାହ୍ନ ୩ଟା ୧୪ ମିନିଟରେ ପ୍ରବେଶ କରିବ ଓ ସନ୍ଧ୍ୟା ୬ଟା ୨୨ରେ ସଂପୂର୍ଣ୍ଣ ବାହାରିବ । ଗତ ଏପ୍ରିଲ ୨୬ରେ ଦେଖାଦେଇଥିଲା ୨୦୨୧ ମସିହାର ପ୍ରଥମ ସୁପରମୁନ୍ । ଗୋଟଏ ପଟେ ବାତ୍ୟା, ସେହି ଦିନ ପୂର୍ଣ୍ଣମୀ ଓ ସେହିଦିନ ଚନ୍ଦ୍ରଗ୍ରହଣର ସାମ୍ନା କରିବେ ଉପକୂଳ ଓଡ଼ିଶାର ଲୋକେ । ତେବେ ବାତ୍ୟାକୁ ନେଇ ଆତଙ୍କିତ ନ ହେବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ତଳିଆ ଅଞ୍ଚଳର ଲୋକେ ପ୍ରଶାସନ ସହ ଯୋଗାଯୋଗ କରି କୋଭିଡ କଟକଣାର ସହ ସୁରକ୍ଷିତ ଜାଗାକୁ ଯିବାକୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା