Masthead

ଆସୁଛି ଦୁଇଟି ଲଘୁଚାପ, ବର୍ଷାରେ ଭିଜିପାରେ ଦଶହରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ୨୫ ଓ ଅକ୍ଟୋବର ୧ ତାରିଖରେ ପୁଣି ସୃଷ୍ଟି ହେବ ଲଘୁଚାପ । ୨ଟି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ । ଉତ୍ତର ଆଣ୍ଡାମାନ ସାଗର ଓ ମିଆମାର୍‌ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ । ଆସନ୍ତା ୨୨ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ ।୨୫ ତାରିଖ ଆଡ଼କୁ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ ପ୍ରଭାବରେ ୨୬ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା । ୩୦ରେ ମିଆମାର୍‌ ଉପକୂଳ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ସୂଚନା ଅନୁସାରେ ଆସନ୍ତା ୨୪- ୨୫ ତାରିଖ ଆଡ଼କୁ ପୂର୍ବ କେନ୍ଦ୍ରୀୟ ଓ ସଲଂଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ।

ଏହା ପ୍ରଭାବରେ ଦକ୍ଷିଣ, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହା ତିନି ଦିନ ପର୍ୟ୍ୟନ୍ତ ଲାଗି ରହିବ। ଏହି ସମୟରେ ବିଜୁଳି ସହ ଘଡଘଡି ହୋଇପାରେ। ତେଣୁ ଚାଷୀ କ୍ଷେତରେ କାମ କରୁଥିଲେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ମୌସୁମୀ ସମ୍ପୂର୍ଣ ଫେରି ନଥିବାରୁ ୨୮ ତାରିଖ ପରେ ବି ବର୍ଷା ଲାଗିରହିବ ବୋଲି ଅନୁମାନ କରାଯାଉଛି। ଏହାଛଡ଼ା ଅକ୍ଟୋବର ୧୦ ଯାଏ ଓଡ଼ିଶାକୁ ବାତ୍ୟା ଭୟ ନଥିବା ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ। ସେପ୍ଟେମ୍ବରରେ ଲଘୁଚାପ ନଥିବା ବେଳେ ଅକ୍ଟୋବର ୩ ତାରିଖ ବେଳକୁ ଆଉ ଗୋଟିଏ ଲଘୁଚାପ ଆସିପାରେ ବୋଲି ନାସା, କଲମ୍ବିଆ ୟୁନିଭରସିଟି ଭଳି କିଛି ମଡେଲ ଆକଳନ କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ