Masthead

ଶାହାରୁଖଙ୍କ ପୁଅକୁ ମୁକ୍ତି ନାହିଁ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ମିଳିଲାନି ବେଲ । ତାଙ୍କୁ ଏବେ ଜେଲରେ ରହିବାକୁ ପଡିବ । କୃଜ ପାର୍ଟି ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କ ଜାମିନ ନାମଞ୍ଜୁର କରି ଦେଇଛନ୍ତି ମୁମ୍ବାଇ କୋର୍ଟ । ତାଙ୍କ ସମେତ ମୁନମୁନ ଧମେଜା, ଅରବାଜଙ୍କ ଜାମିନ ମଧ୍ୟ ଖାରଜ କରିଦେଇଛନ୍ତି କୋର୍ଟ । ଜାମିନ ପାଇଁ ଆର୍ଯ୍ୟନଙ୍କ ଓକିଲଙ୍କୁ ବର୍ତ୍ତମାନ ସେସନ କୋର୍ଟର ଦ୍ୱାରସ୍ଥ ହେବାକୁ ପଡିବ । ଏହା ପୂର୍ବରୁ ଆଜି ଏହି ମାମଲାର ଶୁଣାଣି ସମୟରେ ଆର୍ଯ୍ୟନଙ୍କ ଓକିଲ ସତୀଶ ମାନସିନ୍ଦ କୋର୍ଟଙ୍କୁ କହିଥିଲେ ଯେ ଜାମିନ ପ୍ରଦାନ କରିବାର ମାଜିଷ୍ଟ୍ରେଟ କୋର୍ଟଙ୍କର କ୍ଷମତା ରହିଛି । ଏବେ ଜାମିନ ଶୁଣାଣି ପୂର୍ବରୁ ହିଁ ଆର୍ଯ୍ୟନଙ୍କୁ ଜେଲକୁ ପଠାଇ ଦିଆଯାଇଛି ।

ଆର୍ଯ୍ୟନଙ୍କ ସମେତ ୮ ଅଭିଯୁକ୍ତଙ୍କ ସହ ସେ ଜେଲ ପହଞ୍ଚିଛନ୍ତି । ଜେଲ ପଠାଇବା ପୂର୍ବରୁ ସମସ୍ତ ଅଭିଯୁକ୍ତଙ୍କ ଏନସିବି ଡାକ୍ତରି ଯାଞ୍ଚ କରିଛି । ପୁରୁଷ କଏଦିଙ୍କୁ ଆର୍ଥୋଡ ଜେଲ ନିଆଯାଇଥିବା ବେଳେ ମହିଳା କଏଦିଙ୍କୁ ବାଇକୁଲା ଜେଲ ପଠାଇ ଦିଆଯାଇଛି । ସେପଟେ ଆର୍ଯ୍ୟନ ଜେଲ ପହଞ୍ଚିବା ପରେ ବେଶ ଭୟଭୀତ ହୋଇଯାଇିବା ଜଣା ପଡିଛି । ଏବେ ଆର୍ଯ୍ୟନଙ୍କୁ ଜେଲରେ କ୍ୱାରେଣ୍ଟାଇନ ସେଲରେ ରଖାଯାଇଛି । ତେବେ ଗତ ୩ ତାରିଖରେ ଗୋଆ ଯାଉଥିବା ଏକ କୃଜ ପାର୍ଟି ଉପରେ ଏନସିବି ଚଢାଉ କରିଥିଲା । ଏଥିରେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ତାଙ୍କ ବନ୍ଧୁ ମୁନମୁନ ଧମେଜା ଏବଂ ଅରବାଜଙ୍କୁ ଗିରଫ କରାଯାଇଥିଲା । ପରେ ଆଉ ୫ ଅଭିଯୁକ୍ତଙ୍କୁ ଏନସିବି ଧରିଥିଲା । ସେମାନଙ୍କୁ ପଚରାଉଚରା କରିବା ପରେ ଡ୍ରଗ୍ସ ମାମଲାରେ ସେମାନଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ