Masthead

ସେବାୟତଙ୍କୁ ମିଳିଲା ସହାୟତା 

 

 

ତିର୍ତ୍ତୋଲ,(ବଡ଼ ଖବର ବ୍ୟୁରୋ): କରୋନା କଟକଣା ପଇଁ ବନ୍ଦ ରହିଛି ମନ୍ଦିର  । ଠାକୁରଙ୍କ ନୀତିକାନ୍ତି ବ୍ୟତୀତ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯଇଛି  । ଏବଳି ସ୍ଥିତିରେ ସେବାୟତମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି  । ଏଥିରୁ ବାଦ ପଡିନହାନ୍ତି ପ୍ରସିଦ୍ଧ ଝଙ୍କଡବାସିନୀ ସାରଳା ପୀଠର ସେବାୟତମାନେ  ।  ୯ମାସ ହେବ ମନ୍ଦିର ବନ୍ଦ ଥିବାରୁ ପରିବାର ଚଳାଇବା ଏବେ ସେମାନଙ୍କ ପାଇଁ କଷ୍ଟକର । ଏଭଳି ସମୟରେ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଦିତ୍ୟ ବାହିନୀ । ଗୁରୁବାର ୨୫୦ ସେବାୟତଙ୍କ ପରିବାରୁ ଆଦିତ୍ୟ ବହିନୀ  ଓ ପାରାଦୀପ ଇଫକୋ ତରଫରୁ କିଛି ରାସନ ସାମଗ୍ରୀ ସହ ନିତ୍ୟବ୍ୟବହାର୍ଯ୍ୟ ଜିନିଷ, ମାସ୍କ ଓ ସାନିଟାଇଜର ପ୍ରଦାନ କରାଯାଇଛି  । ଏହି କାର୍ୟ୍ୟକ୍ରମରେ ଆଦିତ୍ୟ ବାହିନୀର ରାଷ୍ଟ୍ରୀୟ ସଚିବ ମାତୃ ପ୍ରସାଦ ମିଶ୍ର, ଓଡ଼ିଶା ମହାସଚିବ ଶୁଭେନ୍ଦୁ ସ୍ୱାଇଁ, ଜଗତସିଂହପୁର କ୍ଷେତ୍ରୀୟ ସଂପାଦକ ବିଜୟ ସ୍ୱାଇଁ, କଟକ କ୍ଷେତ୍ରୀୟ ସଂପାଦକ ଲିଙ୍ଗରାଜ ପତି, ଇଫକୋର ସୂଚନା ଏବଂ ଲୋକସମ୍ପର୍କ  ଅଧିକାରୀ  ପ୍ରସନ୍ନ ବେହେରା, ସାରଳା ମହିମା ପ୍ରଚାରକ ରମାକାନ୍ତ ରାଉଳ, ସଂଯୋଜକ ମାନସ ରଞ୍ଜନ ସ୍ବାଇଁ, ମାନବ ଅଧିକାର ସଂପାଦକ ସୁଶାନ୍ତ ଦାସ, ଇଞ୍ଜିନିୟର ଅମ୍ବିକା ମହାନ୍ତି, ହରେକୃଷ୍ଣ ରାଉଳ, ସୁଦାମ ଚରଣ ରାଉଳ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ