Masthead

ପ୍ରଚାର ପାଇଁ ଅଭାବ ହେଲିକପ୍ଟର, ଭଡ଼ା ମିନିଟକୁ ୩ ହଜାର

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଲୋକସଭା ନିର୍ବାଚନ ପାଖେଇ ଆସୁଛି। ବିଭିନ୍ନ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ବିଭିନ୍ନ ରାଜନୈତିକ ଦଳ ପ୍ରଚାର ମଧ୍ୟ ଜୋରସୋର୍‌ରେ କରୁଛନ୍ତି। ତେବେ ପ୍ରଚାର ପାଇଁ ହେଲିକପ୍ଟର ଅଭାବ ଦେଖାଦେଇଛି। ବହୁ ରାଜନୈତିକ ଦଳ ପୂର୍ବରୁ ହେଲିକପ୍ଟର ବୁକ୍ କରିସାରିଛନ୍ତି। ଏହି ତାଲିକାରେ ଶାସକ ବିଜେପି ଆଗରେ ରହିଛି।

ଅନ୍ୟ ଦଳମାନେ ବୁକିଂ ପାଇଁ ଘରୋଇ କମ୍ପାନୀର ଦ୍ବାରସ୍ଥ ହେଲେ ମଧ୍ୟ ମହଜୁଦ୍ ଥିବାଜ ୬୦ରୁ ୭୦ ହେଲିକପ୍ଟର ଭଡ଼ା ନେଇ ଛକାପଞ୍ଝା ଜାରି ରହିଛି। ବଡ଼ ରାଜନୈତିକ ଦଳ ବିଜେପି ଏବଂ କଂଗ୍ରେସ ହେଲିକପ୍ଟର ପ୍ରଚାରରେ ବେଶୀ ସମସ୍ୟା ସମ୍ମୁଖୀନ ହେଉ ନ ଥିବା ବେଳେ ଛୋଟ ଦଳ ଆର୍ଥିକ ସ୍ଥିତି ଅନୁସାରେ ପ୍ରଚାରକୁ ନେଇ ସଙ୍କଟରେ ପଡ଼ିଛନ୍ତି। ହେଲିକପ୍ଟରର ଭଡ଼ା ଗତ ୬ମାସ ମଧ୍ୟରେ ୧୫ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ସିଙ୍ଗଲ ଇଞ୍ଜିନ୍ ହେଲିକପ୍ଟର ଭଡ଼ା ମିନିଟ ପିଛା ୧,୫୦୦ ଟଙ୍କା ଥିବାବେଳେ ଡବଲ ଇଞ୍ଜିନ୍ ହେଲିକପ୍ଟରର ଭଡ଼ା ମିନିଟକୁ ୩ ହଜାର ରହିଛି। ଦେଶର ବିଭିନ୍ନ ଘରୋଇ କମ୍ପାନୀ ପାଖରେ ଥିବା ହେଲିକପ୍ଟର ଦିଲ୍ଲୀରୁ ହିଁ ବୁକ୍ କରାଯାଉଛି। ଦେଶରେ ଚାର୍ଟର ହେଲିକପ୍ଟରର ଚାହିଦା ପୂର୍ବ ତୁଳନାରେ ବଢ଼ିବା ଯୋଗୁ ଭଡ଼ା ମଧ୍ୟ ବୃଦ୍ଧି ପାଇଛି। ଦେଶରେ ଡବଲ ଇଞ୍ଜିନ୍ ହେଲିକପ୍ଟରର ସଂଖ୍ୟା କମ୍ ରହିଛି। ଭାରତରେ ସମ୍ପ୍ରତି ୨୫୪ ଚାର୍ଟର ହେଲିକପ୍ଟର ରହିଛି। ସେଥିମଧ୍ୟରୁ ୧୯୦ ହେଲିକପ୍ଟର ସାର୍ବଜନୀକ କ୍ଷେତ୍ରରେ କାର୍ୟ୍ୟ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ