Masthead

ଶୀତ ଆସୁଛି ସତର୍କ ରୁହ

ସେରଗଡ଼ (ବଡ଼ ଖବର ବ୍ୟୁରୋ): ଶେରଗଡ଼ ବ୍ଳକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ପରେ ଏକ ବୈଠକରେ ଯୋଗଦେଇ ଜିଲ୍ଲାପାଳ କହିଛନ୍ତି ଶୀତଦିନ ଆସିଲାଣି, ସମସ୍ତେ ସତର୍କ ରୁହନ୍ତୁ । ସତର୍କତା ଅବଲମ୍ବନ ସହ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ଓ ହାତଧୋଇବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, କୋଭିଡ଼ ପରିଚାଳନାରେ ସମସ୍ତେ ସକ୍ରିୟ ଭୂମିକା ନିଭାଇଛନ୍ତି । ଏଣୁ ଆଗାମୀ ଦୁଇ ତିନି ମାସ ଗୁରୁତ୍ୱପୂର୍ଣ୍ଣ । ଥଣ୍ଡା ବଢିଲେ ଆମକୁ ସତର୍କ ରହିବାକୁ ପଡିବ ।

କୋଭିଡ଼ ସମୟରେ ଯେଉଁ ଲୋକ ବାହାରୁ ଗାଁକୁ ପଳେଇ ଆସିଛନ୍ତି, ସେମାନଙ୍କ ପାଇଁ ମନରେଗାରେ କାମ ଯୋଗାଇ ଦିଆଯିବ । ଚଳିତ ବର୍ଷ ଦିପାବଳୀରେ ବାଣ ବ୍ୟବହାର ନକରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି । ଏହାସହ ସବୁଜ ବାହିନୀ ପକ୍ଷରୁ ମାଟ୍ରିକ ବୋର୍ଡ ପରୀକ୍ଷାରେ ଅଧିକ ନମ୍ୱର ରଖି କୃତକାର୍ଯ୍ୟ ହୋଇଥିବା ଜି.ଉଦୟ କରଣଙ୍କୁ ଜିଲ୍ଲାପାଳ ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର ଉପ ଜିଲ୍ଲାପାଳ, ବ୍ଲକ ଅଧ୍ୟକ୍ଷା, ବିଡିଓ, ତହସିଲଦାର, ଥାନା ଅଧିକାରୀ, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ