Masthead

ଶୀତ ଆସୁଛି ସତର୍କ ରୁହ

ସେରଗଡ଼ (ବଡ଼ ଖବର ବ୍ୟୁରୋ): ଶେରଗଡ଼ ବ୍ଳକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ପରେ ଏକ ବୈଠକରେ ଯୋଗଦେଇ ଜିଲ୍ଲାପାଳ କହିଛନ୍ତି ଶୀତଦିନ ଆସିଲାଣି, ସମସ୍ତେ ସତର୍କ ରୁହନ୍ତୁ । ସତର୍କତା ଅବଲମ୍ବନ ସହ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ଓ ହାତଧୋଇବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, କୋଭିଡ଼ ପରିଚାଳନାରେ ସମସ୍ତେ ସକ୍ରିୟ ଭୂମିକା ନିଭାଇଛନ୍ତି । ଏଣୁ ଆଗାମୀ ଦୁଇ ତିନି ମାସ ଗୁରୁତ୍ୱପୂର୍ଣ୍ଣ । ଥଣ୍ଡା ବଢିଲେ ଆମକୁ ସତର୍କ ରହିବାକୁ ପଡିବ ।

କୋଭିଡ଼ ସମୟରେ ଯେଉଁ ଲୋକ ବାହାରୁ ଗାଁକୁ ପଳେଇ ଆସିଛନ୍ତି, ସେମାନଙ୍କ ପାଇଁ ମନରେଗାରେ କାମ ଯୋଗାଇ ଦିଆଯିବ । ଚଳିତ ବର୍ଷ ଦିପାବଳୀରେ ବାଣ ବ୍ୟବହାର ନକରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି । ଏହାସହ ସବୁଜ ବାହିନୀ ପକ୍ଷରୁ ମାଟ୍ରିକ ବୋର୍ଡ ପରୀକ୍ଷାରେ ଅଧିକ ନମ୍ୱର ରଖି କୃତକାର୍ଯ୍ୟ ହୋଇଥିବା ଜି.ଉଦୟ କରଣଙ୍କୁ ଜିଲ୍ଲାପାଳ ପୁରସ୍କାର ସହ ମାନପତ୍ର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର ଉପ ଜିଲ୍ଲାପାଳ, ବ୍ଲକ ଅଧ୍ୟକ୍ଷା, ବିଡିଓ, ତହସିଲଦାର, ଥାନା ଅଧିକାରୀ, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ 🔴 ଥାନାର ଥାର୍ଡ଼ ଡିଗ୍ରୀ ଘଟଣା, ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ 🔴 6 ଘଣ୍ଟିଆ ପୁରୀ ବନ୍ଦ 🔴 ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ