Masthead

ଅସହାୟ ୭ ପ୍ରାଣୀକୁଟୁମ୍ବ

ବନ୍ତ (ବଡ଼ ଖବର ବ୍ୟୁରୋ): ଅସହାୟ ଅବସ୍ଥାରେ ୭ ପ୍ରାଣୀକୁଟୁମ୍ବ । ୪ ବର୍ଷ ହେବ ବାପା ଆରପାରିରେ । ଘର ମୁରବିଙ୍କ ଅକାଳ ବିୟୋଗରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ସପରିବାର । ରୋଜଗାରର ପନ୍ଥା ବନ୍ଦ ହୋଇପଡିଛି । ଅସହାୟ ଅବସ୍ଥାରେ ୭ ପ୍ରାଣୀକୁଟୁମ୍ବ ଦିନ କାଟୁଛନ୍ତି । ନିଜସ୍ୱ ଘର ନଥିବାରୁ ସରକାରୀ ଜମିରେ କୁଡ଼ିଆ ଘର କରି ରହୁଛନ୍ତି। ଏଭଳି ଘଟଣା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଡ଼ିଆ ନଳିତାଗଡ଼ିଆ ଗାଁରେ ଦେଖିବାକୁ ମିଳିଛି । ଗାଁର ସନାତନ ଜେନା ଟ୍ରାକ୍ଟର ଚଳାଇ ଦୁଃଖ କଷ୍ଟରେ ସଂସାର ଚଳାଉଛନ୍ତି । ୨ ବର୍ଷ ପୂର୍ବେ ଗାଡ଼ି ଚଲାଉଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରି ଅଚେତ ହୋଇ ଯାଇଥିଲେ । ତାଙ୍କୁ ଆଗରପଡ଼ା ଓ ଭଦ୍ରକ ପରେ କଟକ ମେଡିକାଲକୁ ନିଆଯାଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ଵାମୀଙ୍କ ଅକାଳ ବିୟୋଗରେ ସ୍ତ୍ରୀ ସତ୍ୟଭାମାଙ୍କ ସହ ଦୁଇ ଝିଅ ଓ ୩ ପୁଅ ଅଭାବ ଅନାଟନ ସହ ଗତି କରୁଛନ୍ତି ।

ବଡ ଝିଅ କଲେଜରେ ପଢୁଥିବାବେଳେ ବଡ଼ ପୁଅ ବାପାର ଅକାଳ ବିୟୋଗ ପରେ ପାଠ ପଢା ଛାଡି ଟ୍ରାକ୍ଟର ଚଳାଉଛି । ବିବାହ ପରେ ତାଙ୍କ ସ୍ତ୍ରୀ, ମା. ଭଉଣୀ ଓ ପିଲାଙ୍କୁ ନେଇ ୭ ପ୍ରାଣୀ ପରିବାର ମୁହଁରେ ଦାନା ଯୋଗାଡ଼ କରିବ, କଲେଜରେ ପଢୁଥିବା ବଡ଼ ଝିଅର ପାଠପଢା ଓ ଅନ୍ୟ ପିଲାଙ୍କ ଭବିଷ୍ୟତକୁ ନେଇ ନାନା ମାନସିକ ଯନ୍ତ୍ରଣାରେ ଘାଣ୍ଟି ହେଉଛନ୍ତି । ସରକାରଙ୍କ ପକ୍ଷରୁ ୨୫ କିଲୋ ଚାଉଳ ମିଳୁଛି ସେଥିରେ ଚଳିବା କଷ୍ଟକର ହୋଇ ପଡ଼ୁଛି । ଭୂମିହୀନ ହୋଇଥିବାରୁ ସରକାରୀ ଜାଗାରେ ୨୫ ବର୍ଷ ହେବ କୁଡିଆ କରି ସପରିବାର ରହୁଛନ୍ତି । ପକ୍କାଘର ପାଇଁ ତାଲିକାରେ ତାଙ୍କ ନାମ ଥାଇ ମଧ୍ୟ ମିଳିବାରେ ବିଳମ୍ବ ହେଉଛି । ଅସରନ୍ତି ଦୁଃଖ ଓ ଯନ୍ତ୍ରଣାରେ କାଳତିପାତ କରୁଥିବା ଏହି ପରିବାର ପ୍ରତି ସହଯୋଗର ହାତ ବଢ଼ାଇବା ପାଇଁ ସତ୍ୟଭାମା ବ୍ୟାକୁଳ ନିବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ