ବିଭିନ୍ନ ସ୍ଥାନରେ ଖୋଲିଲା ଧାନମଣ୍ଡି

ଦଶରଥପୁର(ବଡ଼ ଖବର ବ୍ୟୁରୋ): ଖୋଲିଲା ଧାନମଣ୍ଡି । ଚାଷ ଓ ଚାଷୀର ଉନ୍ନତି ଯେତେ ହେବ ଦେଶ ସେତେ ବିକାଶର ସ୍ରୋତରେ ଆଗେଇ ଯିବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଉଛି । ଗତବର୍ଷ କରୋନା ମହାମାରୀ ଏବଂ ବନ୍ୟାର ପ୍ରଭାବ ସିଧାସଳଖ ଚାଷୀଙ୍କ ଉପରେ ପଡିଛି । କେନ୍ଦ୍ର ସରକାର ଚଳିତ ବର୍ଷ ନୂଆ ଚାଷୀ ଆଇନ ଆଣିଛନ୍ତି । ଚାଷୀ କରିଥିବା ଫସଲକୁ ସହଜରେ ବିକ୍ରି କରି ଏବଂ ଅଧିକ ମାତ୍ରାରେ ଲାଭ ପାଇପାରିବ ସେ ନେଇ ଉଦ୍ୟମ ଜାରିରଖିଛନ୍ତି । ଏ ବର୍ଷ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ଖୋଲିଯାଇଛି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲିବାର ନଜର ଆସିଛି । ଦଶରଥପୁର ବ୍ଲକ ମଙ୍ଗଳପୁର କୋପରେଟିଭ୍ ସମବାୟ ବ୍ୟାଙ୍କ ନିକଟରେ ଧାନମଣ୍ଡି ଖୋଲିଛି । ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟକ କେଶରୀ ଦାସ ଏବଂ କୃଷି ଅଧିକାରୀ ଏହି ଧାନମଣ୍ଡିର ଉଦଘାଟନ କରିଥିଲେ । ଧାନମଣ୍ଡି ଖୋଲିବା ଦ୍ୱାରା ଚାଷୀଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ