Masthead

କଟକଣା ଭିତରେ ଗୁଡ୍ ଫ୍ରାଇଡେ

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): କଟକଣା ଭିତରେ ପାଳନ ହେବ ଗୁଡ୍ ଫ୍ରାଇଡେ । ଗୁଡ୍ ଫ୍ରାଇଡେକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ନିର୍ଦ୍ଦେଶନାମା । ଗୁଡ୍ ଫ୍ରାଇଡେ ପାଳନ ପାଇଁ ସର୍ବଧାରଣ ସ୍ଥାନରେ ଗହଳି ନକରିବାକୁ ଗାଇଡଲାଇନ୍ କୁହାଯାଇଛି । ସେହିପରି ଚର୍ଚ୍ଚ ପରିସରରେ ଏକା ସମୟରେ ସର୍ବାଧିକ ୫୦ ଜଣଙ୍କୁ ଧାର୍ମିକ ପରମ୍ପରା ପାଳନ ପାଇଁ ଅନୁମତି ଦିଆଯାଇଛି ।

ତେବେ ଏଥିପାଇଁ ସାମାଜିକ ଦୂରତା ଏବଂ କୋଭିଡ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପର୍ବପାଳନ ସମୟରେ ଚର୍ଚ୍ଚ ପରିସରରେ ସମସ୍ତେ ମାସ୍କ ପିନ୍ଧିବା ପରିଧାନ କରିବା ନେଇ ଚର୍ଚ୍ଚ କର୍ତୃପକ୍ଷ ନିଶ୍ଚିତ କରିବେ । ଏହାସହ ଚର୍ଚ୍ଚ ପରିସରରେ ହାତ ଧୋଇବା ବ୍ୟବସ୍ଥା କିମ୍ବା ହ୍ୟାଣ୍ଡ ସେନିଟାଇଜର ରଖିବା ବ୍ୟବସ୍ଥା କରାଯାଇଛି । ତେବେ କୋଭିଡ ଲକ୍ଷଣ ଥିବା ବ୍ୟକ୍ତି, ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ୧୦ ବର୍ଷରୁ କମ ପିଲାଙ୍କୁ ଗୁଡ୍ ଫ୍ରାଇଡେ ପାଳନରୁ ଦୂରେଇ ରଖିବାକୁ ଏଥିରେ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା