Masthead

ବିହାର ବିଧାନସଭା ବାହାରେ ହାଇ ଡ୍ରାମା

ପାଟନା (ବଡ଼ ଖବର ବ୍ୟୁରୋ): ବିହାର ବିଧାନସଭା ବାହାରେ ହାଇ ଡ୍ରାମା । ମିଠା ବଣ୍ଟାଗଲା, ପୋଷାକ ଚିରାଚିରି ହେଲେ । ମୁହାଁମୁହିଁ ହେଲେ ବିଜେପି-ଆରଜେଡି । ଜମି ଦୁର୍ନୀତି ମାମଲାରେ ଜାମିନ ମିଳିବା ଖୂସିରେ ଆରଜେଡି ବିଧାୟକମାନେ ବିଧାନସଭା ବାହାରେ ମିଠା ବାଣ୍ଟିଥିଲେ । ମିଠା ବାଣ୍ଟିବା ବେଳେ ଧାରଣାରେ ବସିଥିବା ବିଜେପି ବିଧାୟକଙ୍କ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ଏଥିରେ ବିଜେପି ବିଧାୟକ ଅରୁଣ ସିହ୍ନାଙ୍କ କୁର୍ତ୍ତା ମଧ୍ୟ ଚିରିଯାଇଥିଲା।

ମାଇକ ଭାଙ୍ଗିବା ଅଭିଯୋଗରେ ବିଜେପି ବିଧାୟକମାନେ ବିଧାନସଭା ବାହାରେ ଧାରଣାରେ ବସିଥିଲେ। ଏହି ସମୟରେ ଆରଜେଡି ବିଧାୟକ ଲାଲୁ ଯାଦବ ଜାମିନ ପାଇବା ପରେ ମିଠା ବାଣ୍ଟିବାକୁ ବାହାରିଥିଲେ। ଦୁଇପକ୍ଷଙ୍କ ମଧ୍ୟରେ ଆରୋପପ୍ରତ୍ୟାରୋପରୁ ମାମଲା ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ବିଜେପି ବିଧାୟକମାନେ ଅଭିଯୋଗ କରିଛନ୍ତି ଆରଜେଡି ବିଧାୟକମାନେ ଧାରଣାରେ ବସିଥିବା ବିଧାୟକଙ୍କ ଉପରକୁ ଲଡୁ ଫିଙ୍ଗିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା