Masthead

ଲାଗିଛି ନିଆଁ ଜଙ୍ଗଲରେ, ସରକାର ଶୋଇଛନ୍ତି ମହାନିଦ୍ରାରେ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଲାଗିଛି ନିଆଁ ଜଙ୍ଗଲରେ, ସରକାର ଶୋଇଛନ୍ତି ମହାନିଦ୍ରାରେ ଏହି ଶୀର୍ଷକ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରି ବିରୋଧୀ ଦଳ ମୁଖ୍ୟସଚେତକ କହିଛନ୍ତି ଗତ ୧୨ ଦିନ ହେଲା ରାଜ୍ୟରେ ହୁ ହୁ ହୋଇ ନିଆଁ ଜଳୁଛି। ନିଆଁ ଯୋଗୁଁ ତାପମାତ୍ରା ବଢ଼ୁଛି। ଧ୍ୱଂସ ହେଉଛି ଜଙ୍ଗଲ। ସରକାର ହାତ ଟେକି ଦେଇଛନ୍ତି । ପଶ୍ଚିମା ଝଡ଼ ଭରସାରେ ଅଛନ୍ତି। ଗତ ସୋମବାର ଦିନ ୧୫୩ ଟି ପଏଣ୍ଟରେ ବଡ଼ ଧରଣର ନିଆଁ ଲାଗିଥିଲା। ମଙ୍ଗଳବାର ବେଳକୁ ୨୦୨ ପଏଣ୍ଟକୁ ବଢିଛି। ଶିମିଳିପାଳ ଅଭୟାରଣ୍ୟ ବି ଜଳୁଛି।

ବର୍ତ୍ତମାନ ଓଡ଼ିଶାର ୬୫୬ ପଏଣ୍ଟରେ ବନାଗ୍ନି ହେଇଚି। ଛତିଶଗଡ଼ରେ ୨୪୧ ଜାଗାରେ, କାର୍ଣ୍ଣାଟକରେ ୨୨୭, ମଣିପୁର ୨୧୭, ମିଜରାମରେ ୨୧୬ ସ୍ଥାନରେ ନିଆଁ ଲାଗିଛି। ରାଜ୍ୟରେ ୫୬୧୯ ଵର୍ଗ କିଲୋମିଟର ଜଙ୍ଗଲରୁ ୪୪ପ୍ରତିଶତ ଜଙ୍ଗଲରେ ନିଆଁ ଲାଗିଛି। ଏହା ଦେଶରେ ସବୁଠୁ ଅଧିକ ରାଜ୍ୟ ଜଙ୍ଗଲରେ ନିଆଁ ଲାଗିଚି। ଜଙ୍ଗଲରେ ନିଆଁ ଲଗିବା ମନୁଷ୍ୟକୃତ। ଜଙ୍ଗଲ ବିଭାଗର କର୍ମଚାରୀ ମାନେ ଦଲାଲଙ୍କୁ ସହାୟତା କରିବାକୁ ଯାଇ ଜଙ୍ଗଲରେ ନିଆଁ ଲଗାଉଛନ୍ତି। ରାଜ୍ୟ ସରକାର ଜଙ୍ଗଲରେ ନିଆଁ ଲିଭାଇବାରେ ଫେଲ ମାରିଛନ୍ତି। କେବଳ ୨୦ କୋଟି ଟଙ୍କା ବ୍ୟବସ୍ଥା କରି ଦେଇ କାମ ସାରିଦେଇଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ମାଝୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ