Masthead

ଏପ୍ରିଲ ସୁଦ୍ଧା ସବୁ ପଞ୍ଚାୟତକୁ ହାଇସ୍ପିଡ୍ ଇଣ୍ଟରନେଟ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏଣିକି ଗ୍ରାମାଞ୍ଚଳରେ ହାଇସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ କରାଯିବ । ରାଜ୍ୟର ସମସ୍ତ ପଞ୍ଚାୟତକୁ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟ୍ ସଂଯୋଗ ପାଇଁ ରାଜ୍ୟ ସରକାର କାମ ଆରମ୍ଭ କରିଛନ୍ତି । ଆସନ୍ତା ବର୍ଷ ଏପ୍ରିଲ୍ ମାସ ସୁଦ୍ଧା ପଞ୍ଚାୟତକୁ ଇଣ୍ଟରନେଟ୍ ସଂଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ୫-ଟି ଢାଞ୍ଚାରେ ଉତ୍ତମ ପ୍ରଶାସନକୁ ତ୍ୱରାନ୍ୱିତ କରିବ ପାଇଁ ପ୍ରତି ପଞ୍ଚାୟତରେ ହାଇସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ କରିବାକୁ କୁହାଯାଇଛି ।

ଡିଜିଟାଲ ଭିତ୍ତିଭୂମି ରାଜ୍ୟ ବିକାଶର ଏକ ବଡ ମାଧ୍ୟମ ହେବ । ପଞ୍ଚାୟତର ମୁଖ୍ୟ କାରବାର କେନ୍ଦ୍ରରେ ୱାଇ-ଫାଇ ସଂଯୋଗ କରାଯିବ । ପ୍ରତି ପଞ୍ଚାୟତରେ ୫ଟି ଇଣ୍ଟରନେଟ୍ ପଏଣ୍ଟ୍ ଯୋଗାଇଦିଆଯିବ । ଯାହାଦ୍ୱାରା ପଞ୍ଚାୟତ ସ୍ତରରେ ଥିବା ସବୁ ସରକାରୀ କାର୍ଯ୍ୟାଳୟ,ମେଡିକାଲ,ଥାନା,ବ୍ୟାଙ୍କ ଆଦି ଇଣ୍ଟରନେଟ୍ ସେବା ପାଇପାରିବେ । ପଞ୍ଚାୟତର ମୁଖ୍ୟ ବ୍ୟବସାୟିକ ସ୍ଥାନରେ ୱାଇ-ଫାଇ ସଂଯୋଗ ରହିବ । ଏହାସହ ୪୬୫୧ ପଞ୍ଚାୟତ ଓ ୨୩୦ ବ୍ଲକକୁ ଇଣ୍ଟରନେଟ୍ ସଂଯୋଗ ଦିଆଯାଇଛି । ଅବଶିଷ୍ଟ ପଞ୍ଚାୟତ ଓ ବ୍ଲକକୁ ପର୍ଯ୍ୟାୟକ୍ରମେ ସଂଯୋଗ କରାଯିବ । ସଂଯୋଗ ହେବାକୁ ଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟ୍ ଦ୍ୱାରା ଡିଜିଟାଲ କାମ ସହଜ ହେବ । ଫଳରେ ଗ୍ରାମାଞ୍ଚଳ ଲୋକଙ୍କ ଜୀବନଜୀବିକା ଆହୁରି ଉନ୍ନତ ହେବ । ଇଣ୍ଟରନେଟ୍ ସଂଯୋଗ ହେବାମାତ୍ରେ ସେସବୁ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସବିଚ ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଡିଜିଟାଲ ମୋଡ୍ ରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କାର୍ଯ୍ୟନ୍ୱୟନ କମିଟି ବୈଠକରେ ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ର, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା,ଶକ୍ତି ବିଭାଗ ପ୍ରମୁଖ ଶାସନ ସବିଚ ନିକୁଞ୍ଜବିହାରୀ ଧଳ,ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ସଚିବ ଦେଓ ରଞ୍ଜନ କୁମାର ସିଂ,ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା,ବୈଦୁତିକ ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ର,ସ୍ୱତନ୍ତ୍ର ଶାସନ ସଚିବ ମନୋଜ ପଟ୍ଟନାୟକଙ୍କ ସମେତ ସମ୍ପୃକ୍ତ ବିଭାଗର ସଂସ୍ଥା ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା