Masthead

ହ୍ୟାଟ୍ରିକ୍ ବିଜୟ ସହ ଟେବୁଲ ଟପରେ ମୁମ୍ବାଇ

 

ଆବୁଧାବି (ବଡ଼ ଖବର ବ୍ୟୁରୋ) :ଆଇପିଏଲର ୨୦ତମ ମ୍ୟାଚ୍‌ରେ ରାଜସ୍ଥାନକୁ ୫୭ ରନରେ ପରାସ୍ତ କରିଛି ମୁମ୍ବାଇ ।ଏଥି ସହିତ ମୁମ୍ବାଇ ୬ଟି ମ୍ୟାଚ ରୁ ୪ଟି ମ୍ୟାଚ ରେ ବିଜୟ ସହ ପଏଣ୍ଟେ ଟେବୁଲରେ ଶୀର୍ଷରେ ପହଞ୍ଚିଛି । ୧୯୪ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ୧୩୬ ରନରେ ଅଲଆଉଟ ହୋଇଯାଇଥିଲା । ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଥିବା ମୁମ୍ବାଇ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ଗତିରେ ରନ ସଂଗ୍ରହ କରି ଦଳର ସ୍କୋରକୁ ଆଗେଇ ନେଇଥିଲେ। ଯାଦବ ୪୭  ବଲରୁ ଅପରାଜିତ ୭୯ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲରୁ ଦ୍ରୁତ ୩୦ ରନ କରି ଅପରାଜିତ ଥିଲେ। ଉଭୟ ବ୍ୟାଟସମ୍ୟାନ ପଞ୍ଚମ ଓ୍ଵିକେଟ୍‌ରେ ୭୬ ରନ ଯୋଡିଥିଲେ ଦମଦାର ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସ ବଳରେ ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍  ହରାଇ ୧୯୩ ରନ କରିଛି । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଶ୍ରେୟସ ଗୋପାଲ ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଥିଲେ। ଜୋଫ୍ରା ଆର୍ଚର ଓ କାର୍ତ୍ତିକ ତ୍ୟାଗୀ ମଧ୍ୟ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ ।

୧୯୪ରନର ପିଛା କରୁଥିବା ରାଜସ୍ଥାନ ୧୮.୧ ଓଭରରେ ୧୩୬ ରନରେ ଅଲଆଉଟ ହୋଇଯାଇଥିଲା। ଜୋସ୍ ବଟଲର ୭୦ରନ କରିଥିବା ବେଳେ ଦଳର ଅନ୍ୟ କୌଣସି ବ୍ୟାଟସମ୍ୟାନ୍ ବଡ ସ୍କୋର କରିପରିନଥିଲେ । ମୁମ୍ବାଇ ପକ୍ଷରୁ ଜସପ୍ରିତ ବୁମରାହ ସର୍ବାଧିକ ଚାରୋଟି ଓ୍ୱିକେଟ୍ ନେଇଥିଲା ବେଳେ ଟ୍ରେଣ୍ଟ୍ ବୋଲ୍ଡ ୨ଟି ଓ୍ୱିକେଟ୍, ଜେମସ ପାଟିନସନ ୨ଟି, କିରନ ପୋଲାର୍ଡ ଓ ରାହୁଲ ଚହର ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା