Masthead

ଜମ୍ମୁ-କଶ୍ମୀର ବିଧାନସଭାରେ ମୁହାଁମୁହିଁ ଶାସକ ଓ ବିରୋଧୀ

ଜମ୍ମୁ-କଶ୍ମୀର (ବଡ଼ ଖବର ବ୍ୟୁରୋ): ଜମ୍ମୁ-କଶ୍ମୀର ବିଧାନସଭାରେ ହେଲା ଜୋରଦାର ହଙ୍ଗାମା। ଗୃହ କାର୍ୟ୍ୟ ଚାଲିଥିବା ବେଳେ ଠେଲାପେଲା ହେଲେ ବିଧାୟକ। ନିଜ ନିୟନ୍ତ୍ରଣ ହରାଇଲେ ଶାସକ ଓ ବିରୋଧୀ ଦଳର ନେତା। ପରସ୍ପରକୁ ଦେଲେ ଧକ୍କା। ଧାରା ୩୭୦କୁ ନେଇ ବିଧାନସଭା ପରିସର ପାଲଟିଲା ରଣକ୍ଷେତ୍ର। ଚିରାଗଲା ପୋଷ୍ଟର। ଫଳରେ ଗୃହକୁ ମୁଲତବୀ କରାଯାଇଛି। ବିଧାୟକ ଇଞ୍ଜିନିୟର ରସିଦ୍ ଏବଂ ବିଧାୟକ ଖୁର୍ସିଦ୍ ଅହମଦ ସେଖଙ୍କ ମଧ୍ୟରେ ଧାରା ୩୭୦ ଲେଖାଥିବା ଏକ ପୋଷ୍ଟର ଦେଖାଇବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା।

ଯାହାକୁ ବିଜେପି ବିଧାୟକମାନେ ବିରୋଧ କରିବାରୁ ମାରପିଟ୍ ଯାଏଁ କଥା ଯାଇଛି। ବୁଧବାର ଧାରା ୩୭୦ ପୁନଃସ୍ଥାପନ କରିବା ନେଇ ଶାସକ ଦଳ ଏନସି ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ବିଜେପି ବିଧାୟକମାନେ ଆଗ୍ରାହ୍ୟ କରିଥିଲେ। ଏହାକୁ ଦେଶ ବିରୋଧୀ ଓ ପାକିସ୍ତାନୀ ଏଜେଣ୍ଡା ବୋଲି କହିଥିଲେ ବିଜେପି ବିଧାୟକମାନେ।

ଆଜି ବିରୋଧ କରିଥିଲେ ବିଧାୟକ ଇଞ୍ଜିନିୟର ରସିଦ୍ ଏବଂ ଖୁର୍ସିଦ୍ ଅହମଦ ସେଖ ଧାରା ୩୭୦ ଲେଖାଥିବା ପୋଷ୍ଟର ଦେଖାଇବାକୁ ବିରୋଧ କରିଥିଲା ବିଜେପି। ଯାହାକୁ ନେଇ ବିଜେପି ଓ ଶାସକ ବିଧାୟକଙ୍କ ମଧ୍ୟରେ ମାରପିଟ୍ ହୋଇଛି। ବାଚସ୍ପତି ବିଧାୟକ ଖୁର୍ସିଦ୍ ଅହମଦ ସେଖଙ୍କୁ ପକ୍ଷ ନେଉଥିବା ନେଇ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା