Masthead

କୋଣାର୍କ ମହୋତ୍ସବ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

କୋଣାର୍କ(ବଡ଼ ଖବର ବ୍ୟୁରୋ): ଆସନ୍ତା ଡିସେମ୍ବର ୧ ରୁ ଆରମ୍ଭ ହେବ କୋଣାର୍କ ମହୋତ୍ସବ । ୫ଦିନ ଧରି ଚାଲିବ ଏହି ମହୋତ୍ସବ । ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ବିଭିନ୍ନ ପ୍ରକାରର ଆଲୋକ ମାଳା ଓ କଳାକୃତିରେ ଝଲିସି ଉଠିବ କୋଣାର୍କ ସହର। କୋଭିଡ କଟକଣା ମଧ୍ୟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ମହୋତ୍ସବ ଆୟୋଜିତ ହେଉଛି ।ପର୍ଯ୍ୟଟକମାନେ କିପରି ସୁରକ୍ଷିତ ଭାବେ ଏହାକୁ ଉପଭୋଗ କରିପାରିବେ ସେନେଇ ତପ୍ତରତା ପ୍ରକାଶ ପାଇଛି। ଚଳିତବର୍ଷ ବାଲୁକା କଳା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ୨୦ରୁ ଉର୍ଦ୍ଧ  ବାଲୁକା କଳା ପ୍ରଦର୍ଶନ ପାଇଁ ରାଜ୍ୟର କୋଣ ଅନୁକୋଣରୁ ଅନେକ ବାଲୁକାଶିଳ୍ପୀ ଏଠାକୁ ଆସିବେ । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ଏହା ପରିଚାଳିତ ହେବ। ଏହା ସହିତ ଭୁବନେଶ୍ୱର ବିକେ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ମୁକ୍ତାକାଶ ରଙ୍ଗମଞ୍ଚ ଆୟୋଜିତ ହୋଇଛି । ସେପଟେ କରୋନା କାଳରେ ଆୟୋଜିତ ହେଉଥିବା ଏହି ମହୋତ୍ସବକୁ ବିରୋଧ କରି ମାନବ ଅଧିକାର କର୍ମୀ ଏନ ଏସ୍ ଶାହା ଅନଶାରୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଗୋଷ୍ଠୀ ସଂକ୍ରମଣ ବଢିବା ସନ୍ଦେହରେ ନ୍ୟାୟାଧୀଶଙ୍କ ନିକଟରେ ଅପିଲ କରିଥିବା ଅନସାରି କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ