Before Header

ଭାଙ୍ଗିଲା ୧୨୨ ବର୍ଷର ରେକର୍ଡ, ୨୦୨୩ର ଫେବୃଆରୀ ହେଲା ସବୁଠୁ ଉତ୍ତପ୍ତ ମାସ

0 79

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ତାତି ଭାଙ୍ଗିଲା ୧୨୨ ବର୍ଷର ରେକର୍ଡ । ୨୦୨୩ ମସିହାର ଫେବୃଆରୀ ମାସ ସବୁଠୁ ଉତ୍ତପ୍ତ ମାସ । ୧୯୦୧ରୁ ୨୦୨୩ ମଧ୍ୟରେ ଗତ ଫେବୃଆରୀରେ ଦିନର ହାରାହାରି ତାପମାତ୍ରା ୨୯.୫୪ ଡିଗ୍ରୀ ରେକର୍ଡ ହୋଇଛି । ୨୦୦୯ ରେ ୨୯.୨୩, ୨୦୧୭ରେ ୨୯.୨୪, ୨୦୦୬ରେ ୨୯.୩୧ ଏବଂ ୨୦୧୬ ରେ ୨୯.୪୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

ଆଇଏମଡିର ଆକଳନ ଅନୁସାରେ ଆଜିଠୁ ସ୍ଥିତି ସଂଗୀନ ହେବ । ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ୟ୍ୟନ୍ତ ବଢିବ ପାରଦ । ରେଡମାର୍କରେ ରହିଛି ରାଜଧାନୀ ଭୁବନେଶ୍ବର । ଓଡ଼ିଶାର ଅଧିକାଂଶ ଅଞ୍ଚଳକୁ ଅରେଞ୍ଜ ମାର୍କ ଜାରି କରାଯାଇଛି । ମାର୍ଚ୍ଚରୁ ମେ ମଧ୍ୟରେ ସ୍ବାଭାବିକ ଠାରୁ ଅଧିକ ରହିବ ତାପମାତ୍ରା । ଚଳିତ ସପ୍ତାହରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ତାତି ବଢିବ ନେଇ ପୂର୍ବାନୁମାନ କରାଯାଇଛି ।

Leave A Reply

Your email address will not be published.