Masthead

ଆଜି ହିନ୍ଦୁ ସମ୍ପ୍ରଦାୟ ସହ ଆଲୋଚନା କରିବେ ମହମ୍ମଦ ୟୁନୁସ୍‌

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବାଂଲାଦେଶରେ ଥମୁନି ହିଂସା । ବାଂଲାଦେଶରେ ଶେଖ୍‌ ହାସିନା ସରକାରର ପତନ ପରେ ଗତ ୫ ତାରିଖରୁ ଦେଶରେ ସଂଖ୍ୟାଲଘୁ ବିରୋଧୀ ହିଂସା ଲାଗିରହିଛି। ଏହାକୁ ବିରୋଧ କରି ଲକ୍ଷ ଲକ୍ଷ ହିନ୍ଦୁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶନିବାର ରାଜଧାନୀ ଢାକା, ଦ୍ୱିତୀୟ ବୃହତ୍‌ ସହର ଚିଟ୍ଟାଗଙ୍ଗ ସମେତ ବିଭିନ୍ନ ସ୍ଥାନରେ ଲକ୍ଷାଧିକ ହିନ୍ଦୁ ବିକ୍ଷୋଭରେ ସାମିଲ ହୋଇଥିଲେ। ସେମାନେ ଢାକାର ଶାହବାଗ୍‌ ଛକକୁ ଦୀର୍ଘସମୟ ଅବରୋଧ କରିଥିଲେ। ଇତିମଧ୍ୟରେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ୨୦୫ରୁ ଅଧିକ ଥର ଆକ୍ରମଣ ହେଲାଣି, ଯେଉଁଥିରେ ବହୁ ହିନ୍ଦୁ ମୃତାହତ ହେବା ସହ ସେମାନଙ୍କ ଘର ଓ ଦୋକାନ ଜାଳି ଦିଆଯାଇଛି। ଅନେକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରାଯାଇଛି। ହାସିନାଙ୍କ ଆଓ୍ବାମୀ ଲିଗ୍‌ ପାର୍ଟି ସହ ସମ୍ପୃକ୍ତ ୨ ହିନ୍ଦୁ ନେତାଙ୍କୁ ହତ୍ୟା କରାଯାଇଛି।

ହିଂସାରୁ ବର୍ତ୍ତିବା ପାଇଁ ବହୁ ହିନ୍ଦୁ ପଡୋଶୀ ଦେଶକୁ ପଳାଇବାକୁ ଉଦ୍ୟମ ଚଳାଇଛନ୍ତି। ଇସଲାମୀୟ ମୌଳବାଦୀମାନେ ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନଙ୍କ ହତ୍ୟା କରିବା ସହ ସଂଖ୍ୟାଲଘୁଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଆଦି ପୋଡ଼ି ଦିଆଯାଉଛି। ଏସବୁ ମଧ୍ୟରେ ସୀମା ଦେଇ ବାଂଲାଦେଶୀ ମାନେ ଭାରତକୁ ପ୍ରବେଶ କରିବା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ହିଂସା ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ଗଠନ, ପାର୍ଲାମେଣ୍ଟରେ ସେମାନଙ୍କ ପାଇଁ ୧୦ ପ୍ରତିଶତ ଆସନ ସଂରକ୍ଷିତ ରଖିବା ଏବଂ ସଂଖ୍ୟାଲଘୁ ସୁରକ୍ଷା ଆଇନ କାର୍ୟ୍ୟକାରୀ କରାଇବା ଆଦି ବିଭିନ୍ନ ଦାବିରେ ହିନ୍ଦୁମାନେ ବିକ୍ଷୋଭ ଜାରି ରଖିଛନ୍ତି। ବାଂଲାଦେଶ ଅନ୍ତରୀଣ ସରକାରର ନେତୃତ୍ୱ ନେଉଥିବା ମହମ୍ମଦ ୟୁନୁସ୍‌ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିବା ସହ ସମସ୍ତ ହିନ୍ଦୁ, ଖ୍ରୀଷ୍ଟିଆନ, ବୌଦ୍ଧ ଧର୍ମାବଲମ୍ବୀଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ଛାତ୍ର ସଂଗଠନଗୁଡ଼ିକୁ ଆହ୍ବାନ ଦେଇଛନ୍ତି।

ସେପଟେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ମୁକାବିଲା ପାଇଁ ବାଂଲାଦେଶର ଅନ୍ତରୀଣ ସରକାରର ନେତା ମହମ୍ମଦ ୟୁନୁସ୍ ବୈଠକ ଡାକିଛନ୍ତି। ହିନ୍ଦୁ ଛାତ୍ର ଓ ଯୁବକ ଗୋଷ୍ଠୀଙ୍କ ଏହି ବୈଠକ ହେବ। ଏବେ ଦେଖାଦେଇଥିବା ସଙ୍କଟର ସମାଧାନ ଏବଂ ହିନ୍ଦୁ ସମ୍ପ୍ରଦାୟର ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଅନ୍ତରୀଣ ସରକାରର ମୁଖିଆ ଆଲୋଚନା କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା