Masthead

ସରକାରଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ନବ ଦାସ ହତ୍ୟା ପ୍ରସଙ୍ଗ ଓ ଗୋବିନ୍ଦ ସାହୁ ପ୍ରସାଙ୍ଗକୁ ଆଲୋଚନା କରିବାକୁ ଡ଼ରୁଛନ୍ତି ରାଜ୍ୟସରକାର। ସରକାରୀ ଦଳ ହୋହଲ୍ଲା କରି ଗୃହକୁ ଅଚଳ କରିବା ଦୁର୍ଭାଗ୍ୟଜନକ ଓ ଗଣତନ୍ତ୍ର ପାଇଁ ବିପଦ। ବିରୋଧୀଙ୍କୁ କୁହାଇଦେଲେ ନାହିଁ ବୋଲି କହିଛନ୍ତି ନରସିଂହ ମିଶ୍ର । ଏପରିକି ଏହି ପ୍ରସଙ୍ଗ ରେ ପ୍ରଶ୍ନ କଲେ ସ୍ପଷ୍ଟ ଉତ୍ତର ଦେଉନାହାନ୍ତି। ରାଜ୍ୟସରକାର ଉତ୍ତର ପ୍ରଦେଶ ଖେରୀ ର ଉଦାହରଣ ଦେଇ ପରମ୍ପରା ନାଁରେ ଖସିବାକୁ ଚେଷ୍ଟା କରୁଛନ୍ତି।

ନବ ଦାସ ହତ୍ୟା ଘଟଣାରେ ସରକାର ଯେଉଁ ଉତ୍ତର ରଖିଛନ୍ତି ଏଥିରୁ ସ୍ପଷ୍ଟ ଜଣାପଡୁଛି କାର୍ୟ୍ୟ ଠିକ ଭାବେ ଚାଲୁ ନାହିଁ। ଗୃହ ରାଷ୍ଟ୍ର ମନ୍ତ୍ରୀ ଉତ୍ତର ରଖିଲା ବେଳେ କହିଲେ ତଦନ୍ତ କରି ସଂସ୍ଥା ପ୍ରତ୍ୟକ୍ଷଦର୍ଶୀ କୁ ଜେରା କରାଯାଇଛି ଏବଂ ଷଡ଼ଯନ୍ତ୍ର ଦିଗକୁ ତଦନ୍ତ କରାଯାଉଛି। ଯଦି ଷଡଯନ୍ତ୍ର ଦିଗ କୁ ତଦନ୍ତ କରୁଛନ୍ତି। କେଉଁମାନେ ସନ୍ଦେହ ଘେରକୁ ଆସିଛନ୍ତି ତାଙ୍କ ନାଁ କବିବାକୁ ଡ଼ରୁଛନ୍ତି କାହିଁକି। ବିରୋଧୀ ଦେଳ ପକ୍ଷରୁ ଯେଉଁ ନାଁ କୁହାଯାଉଛି ତାହା ସନ୍ଦେହକୁ ଅଧିକ ଘନୀଭୂତ କରାଉଛି । ରାଜ୍ୟସରକାର ବିଧାନସଭା କୁ ଡ଼ରୁଥିବା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ଜୟନାରାୟଣ ମିଶ୍ର ।

ଗୋବିନ୍ଦ ସାହୁ ମାମଲାରେ ଗୋଟେ ପଟେ ନ୍ୟାୟିକ ତଦନ୍ତ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲୁଚି। ଗତ ୧୦ ବର୍ଷ ମଧ୍ୟରେ ୨୨୫ଟି ମାମଲାର ତଦନ୍ତ ଭାର ଦିଆଯାଇଛି ସେଥି ମଧ୍ୟରୁ ୮୮ ଟି ଚାର୍ଜସିଟ ହୋଇଛି ୮୯ ମାମଲାରେ କିଛି ମିଳିନି ୨୦ ବର୍ଷ ହେଲା ତଦନ୍ତ ଚାଲିଛି। କ୍ରାଇମବ୍ରାଞ୍ଚ ଉପରେ ଭରଷା କେମିତି ଆସିବ ବୋଲି ପ୍ରଶ୍ନ ଉଠେଇଛନ୍ତି ନରସିଂହ। ସେହିପରି ପଟଣାଗଡ଼, ଟିଟିଲାଗଡ଼ ଏବଂ ଚିଟଫଣ୍ଡ ମାମଲାରେ ସିବିଆଇ କାର୍ୟ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ନବ ଦାସ ହତ୍ୟା ମାମଲାରେ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ କରି ତଦନ୍ତ କଲେ ଦୋଷୀ ଧରାପଡିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି