ଭିଜିଲାନ୍ସ ଜାଲରେ ରୋଡ୍ ଆଣ୍ଡ୍ ବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ । ରୋଡ୍ ଆଣ୍ଡ୍ ବି ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଚଢାଉ । ଏକକାଳୀନ ୯ଟି ସ୍ଥାନରେ ଚଢାଉ ହୋଇଛି । କଟକ, ଭୁବନେଶ୍ବର, ଝାରସୁଗୁଡ଼ାରେ ଚଢାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ଭୁବନେଶ୍ବରର ନୟାପଲ୍ଲୀରେ ଥିବା ଅର୍ପଣ ଆପାର୍ଟମେଣ୍ଟ, ଝାରସୁଗୁଡ଼ାରେ ଥିବା ଆସିଅନା ଆପର୍ଟମେଣ୍ଟରେ ୨ଟି ଫ୍ଲାଟରେ ଚଢ଼ାଉ ହୋଇଛି। କସମପଲ୍ଲୀ ଆପାର୍ଟମେଣ୍ଟର ୨ଟି ଫ୍ଲାଟ, କଟକ ତିଗିରିଆରେ ଥିବା ସମ୍ପର୍କୀୟଙ୍କ ଘରେ, ନୟାପଲ୍ଲୀ ନୀଳକଣ୍ଠନଗରରେ ଥିବା ସମ୍ପର୍କୀୟ ଘରେ ମଧ୍ୟ ରେଡ୍‌ ହୋଇଛି ।

ସୂଚନା ଅନୁଯାୟୀ ଆଜି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରୋଡ୍ ଆଣ୍ଡ୍ ବିଲଡିଂ (ସିଭିଲ୍)ର ପୂର୍ବତନ ମୁଖ୍ୟଯନ୍ତ୍ରୀ, ତାରା ପ୍ରସାଦ ମିଶ୍ରଙ୍କ ଘରେ ରେଡ୍ ହୋଇଛି । ବାସଭବନ ସମେତ ଏକକାଳୀନ ୯ ଟି ସ୍ଥାନରେ ଚଢାଉ ହୋଇଛି । ଭିଜିଲାନ୍ସ ବିଭାଗର ୧୨ ଜଣ ଡିଏସପି, ୧୨ ଇନ୍ସପେକ୍ଟର, ୧୬ ଏଏସଆଇ ଏବଂ ଭିଜିଲାନ୍ସ ବିଭାଗର ଅନ୍ୟ ଅଧିକାରୀ ମାନେ ଏହି ରେଡ୍ରେ ସାମିଲ ହୋଇଛନ୍ତି । ଭିଜିଲାନ୍ସ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର, କଟକ ଏବଂ ଝାରସୁଗୁଡା ସହ ୯ଟି ସ୍ଥାନରେ ରେଡ୍ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’