Masthead

ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି

ଆଜି ଭାରତ ଏବଂ ବ୍ରିଟେନ ମଧ୍ୟରେ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛନ୍ତିି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଭାରତ ଏବଂ ବ୍ରିଟେନ ମଧ୍ୟରେ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛନ୍ତିି । ଏହି ଚୁକ୍ତି ଦ୍ୱାରା ଦୁଇ ଦେଶର ବାଣିଜ୍ୟକୁ ବାର୍ଷିକ ୩୪ ବିଲିୟନ ଡଲାର ବୃଦ୍ଧି କରିବ ବୋଲି ଆଶା କରାଯାଇଛି । ପୂର୍ବରୁ ଇଉରୋପୀୟ ସଂଘ ଛାଡ଼ିଥିଲା ବ୍ରିଟେନ । ତା ପରଠାରୁ ଏହା ହେଉଛି ବ୍ରିଟେନର ସବୁଠାରୁ ବଡ଼ ବାଣିଜ୍ୟ ଚୁକ୍ତି ।ଏହି ଚୁକ୍ତି ଭାରତର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ବ୍ରିଟେନର ବ୍ୟବସାୟ ଓ ବାଣିଜ୍ୟ ସଚିବ ଜୋନାଥନ ରେନଲ୍ଡସଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି । ପୂର୍ବରୁ ଲଣ୍ଡନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ଚୁକ୍ତି ସ୍ୱାକ୍ଷର ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଷ୍ଟାର୍ମର କହିଛନ୍ତି ‘ଏହି ଡିଲ ଭାରତ ଏବଂ ବ୍ରିଟେନ ପାଇଁ ବିପୁଳ ଲାଭ ଆଣିବ । ଏହା ମଜୁରୀ ବୃଦ୍ଧି, ଜୀବନଧାରଣର ମାନ ଉନ୍ନତ କରିବ ଏବଂ ଶ୍ରମିକଙ୍କ ଅଧିକ ଆୟ ମଧ୍ୟ ବୃଦ୍ଧି କରିବ । ଏହାଦ୍ୱାରା ଶୁଳ୍କ ହ୍ରାସ ହେବ ଏବଂ ବାଣିଜ୍ୟକୁ ସହଜ ଶସ୍ତା ଓ ତୁରନ୍ତ କରିବ । ଏହା ନିଯୁକ୍ତି ଏବଂ ବ୍ୟବସାୟ କ୍ଷେତ୍ରରେ ଲାଭଦାୟକ ହେବ ।’ ଷ୍ଟାର୍ମର ଏହାକୁ ‘ଐତିହାସିକ ଚୁକ୍ତି’ ବୋଲି ସମ୍ବଧନ କରିଛନ୍ତି । ବ୍ୟବସାୟ କ୍ଷେତ୍ରରେ ନୂଆ ନୂଆ ସୁଯୋଗ ସୃଷ୍ଟି କରିବା ସହ ହଜାର ହଜାର ବ୍ରିଟିଶର ମାନଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରିବ । ଭାରତ ପାଇଁ ଏହା ଚର୍ମ, ବସ୍ତ୍ର, ଏବଂ ଜୋତା ପରି ଶ୍ରମପ୍ରଧାନ ରପ୍ତାନି ପାଇଁ ଏକ ଉନ୍ନତ ବଜାର ସୃଷ୍ଟି କରିବ । ଏହି ଚୁକ୍ତି ଦ୍ୱାରା ଭାରତର ୯୯ ପ୍ରତିଶତ ପଣ୍ୟ ବ୍ରିଟେନ ବଜାରକୁ ବିନା ଶୁଳ୍କ ରେ ଯାଇପାରିବ । ଏହା ଦ୍ୱାରା ଭାରତର ରପ୍ତାନି ବହୁ ପରିମାଣରେ ଲାଭରେ ରହିବ । ଏବଂ ସମସ୍ତଙ୍କୁ ଆକର୍ଷିତ କରିବ ।

୨୦୩୦ ସୁଦ୍ଧା ଉଭୟ ଦେଶ ବାଣିଜ୍ୟ ମୂଲ୍ୟକୁ ୧୨୦ ବିଲିୟନ ଡଲାରକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ରଖିଛି । ଏହି ଚୁକ୍ତିରେ ଏକ ସାମାଜିକ ସୁରକ୍ଷା ଚୁକ୍ତି କୁ ମଧ୍ୟ ରଖାଯାଇଛି । ବ୍ୟବସାୟର ଖର୍ଚ୍ଚ ହ୍ରାସ କରିବା ପାଇଁ ଭାରତୀୟ କମ୍ପାନୀ ମାନଙ୍କୁ ବ୍ରିଟେନ କର୍ମଚାରୀ ପଠାଇବା ପାଇଁ ଆଉ ସାମାଜିକ ସୁରକ୍ଷା ଆବେଦନ କରିବାକୁ ପଡ଼ିବନି । ଭାରତର ଷଷ୍ଠ ବୃହତମ ନିବେଶକରେ ସ୍ଥାନ ପାଇଲା ବ୍ରିଟେନ । ଯାହାର ମୋଟ ନିବେଶ ପ୍ରାୟ ୩୬ ବିଲିୟନ ଡଲାର । ବ୍ରିଟେନରେ ୧ହଜାରରୁ ଅଧିକ ଭାରତୀୟ କମ୍ପାନୀ କାର୍ଯ୍ୟକରୁଛନ୍ତି ଏଥିରେ ୨ ବିଲିୟନ ଡଲାର ନିବେଶ କରିଛନ୍ତି । ଏବଂ ଏହି କମ୍ପାନୀ ୧ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଉଛି । ୨୦୨୪-୨୫ ଭାରର ବ୍ରିଟେନକୁ ରପ୍ତାନୀ ୧୨.୬ ପ୍ରିତଶତରୁ ବୃଦ୍ଧି ହୋଇ ୧୪.୫ ବିଲିୟନ ଡଲାର ହୋଇଛି । ଏଥିରେ ଆମଦାନୀ ୨.୩ ପ୍ରତିଶତରୁ ବୃଦ୍ଦି ପାଇ ୮.୬ ବିଲିୟନକୁ ପହଞ୍ଚିଚି । ଏହି ଚୁକ୍ତି ମାଧ୍ୟମରେ ଭାରତ ଓ ବ୍ରିଟେନର ମିତ୍ରତା ଆହୁରି ଦୃଢ଼ ହେବ । ଏବଂ ଉଭୟ ଦେଶର ଅର୍କନୈତିକ ସମ୍ପର୍କ ଏକ ନୂଆ ଉଚ୍ଚତାରେ ପହଞ୍ଚିବ ବୋଲି ଆଶା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ