Masthead

ଦୀର୍ଘମାସ ପରେ ଗୋଟିଏ ମଞ୍ଚରେ ଏକାଠି ନଜର ଆସିଲେ ମୋଦି-ନୀତୀଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦୀର୍ଘମାସ ପରେ ଗୋଟିଏ ମଞ୍ଚରେ ଏକାଠି ନଜର ଆସିଛନ୍ତି ପ୍ରଧାନମନ୍ତ୍ରୀ ଓ ବିହାର ମୁଖ୍ୟମନ୍ତ୍ରୀ । ବିହାର ଓøରଙ୍ଗାବାଦ ଜନସଭାରେ ଉଭୟଙ୍କ ସାକ୍ଷାତ ଓ ଏକାଠି ବସିବା ଭିଡିଓ ବେଶ ଭାଇରାଲ ହେଉଛି । ବାରମ୍ବାର ମେଣ୍ଟ ବଦଳାଇବାର ଅପଖ୍ୟାତି ମୁଣ୍ଡାଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ଏଭଳି ଏକ ବୟାନ ରଖିଥିଲେ ଯେଉଁଥିରେ ପ୍ରଧାନମନ୍ତ୍ରୀ ଜୋର୍‌ରେ ହସିଉଠିଥିଲେ।

ବିହାରର ଔରଙ୍ଗାବାଦରେ ଏକ ଜନସମାବେଶକୁ ସମ୍ବୋଧିତ କରି ନୀତୀଶ କୁମାର ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ, ମୁଁ ସର୍ବଦା ବିଜେପି ନେତୃତ୍ୱାଧୀନ ଏନଡିଏ ସହିତ ରହିବି ଏବଂ ଏଠାରୁ ଅନ୍ୟ କେଉଁଠିକୁ ଯିବି ନାହିଁ। ‘ଆପଣମାନେ ପୂର୍ବରୁ ମଧ୍ୟ ଆସିଥିଲେ କିନ୍ତୁ ମୁଁ ନିଖୋଜ ହୋଇଯାଇଥିଲି। କିନ୍ତୁ ମୁଁ ଏବେ ଆପଣଙ୍କ ସହିତ ଅଛି। ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ ମୁଁ ଏଠାରୁ ଆଉ ସେଠାକୁ ଯିବି ନାହିଁ । ମୁଁ କେବଳ ଆପଣଙ୍କ ସହିତ ରହିବି।’ ନୀତୀଶଙ୍କ ଏହି ବୟାନ ମଞ୍ଚରେ ହାସ୍ୟରୋଳ ସୃଷ୍ଟି କରିଥିବା ବେଳେ ତାଙ୍କର ଏଭଳି ପ୍ରତିଶ୍ରୁତି ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!