Masthead

ମତଦାନରେ ଭାରତ ବିଶ୍ୱ ରେକର୍ଡ: ନିର୍ବାଚନ କମିଶନ

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରେସମିଟ୍ । କହିଛନ୍ତି ଜି୭ ଦେଶର ମୋଟ ମତଦାତାଙ୍କ ଠାରୁ ଭାରତରେ ଅଧିକ ଭୋଟର୍ ରହିଛନ୍ତି । ୨୦୧୯ ଠାରୁ ୨୦୨୪ରେ ଦେଶରେ ଅଧିକ ମହିଳା ମତଦାତା ରହିଛନ୍ତି । ୩୧୨ ମିଲିୟନ୍ ମହିଳା ଭୋଟରଙ୍କୁ ନେଇ ବିଶ୍ୱ ରେକର୍ଡ କରିଛି । ମତଦାନରେ ଭାରତର ବିଶ୍ବ ରେକର୍ଡ କରିଛି । ୨୭ ରାଜ୍ୟର କୌଣସି ବି ବୁଥ୍‌ରେ ହୋଇନି ପୁନଃ ମତଦାନ ।ଭୋଟିଂ ବେଳେ ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶାରେ ମାଓ ହିଂସା ହୋଇନି । ଲୋକସଭା ନିର୍ବାଚନରେ ରି-ପୋଲିଂ କମିଥିବା କହିଲେ ଇସିଆଇ । ୨୦୧୯ ନିର୍ବାଚନରେ ୫୪୦ ସ୍ଥାନରେ ରି-ପୋଲିଂ ହୋଇଥିଲା । ୨୦୨୪ରେ ମାତ୍ର ୩୯ଟି ବୁଥ୍‌ରେ ସାନି ମତଦାନ ହୋଇଛି ।

ମଣିପୁର, ଅରୁଣାଚଳ ପ୍ରଦେଶର ସର୍ବାଧିକ ୨୫ଟି ବୁଥ୍‌ରେ ସାନି ମତଦାନ । ବାକି ୧୪ଟି ସାନି ମତଦାନ ଅନ୍ୟ ରାଜ୍ୟର ବୁଥ୍‌ରେ ହୋଇଛି । ଏଥର ଲୋକ ସଭା ନିର୍ବାଚନରେ ୬୪.୨କୋଟି ଲୋକ ଭୋଟ ଦେଇଛନ୍ତି। ବିଶ୍ୱର ଯେକୌଣସି ଦେଶରେ ଏପର୍ଯ୍ୟନ୍ତ ସର୍ବାଧିକ ମତଦାନ ହୋଇଛି। ସେ କହିଛନ୍ତି ଯେ ଏହି ନିର୍ବାଚନରେ ୩୧ କୋଟି ମହିଳା ଏବଂ ୩୩ କୋଟି ପୁରୁଷ ଭୋଟ ଦେଇଛନ୍ତି।

ରାଜୀବ କୁମାର କହିଛନ୍ତି ଯେ ଲୋକ ସଭା ନିର୍ବାଚନ ପାଇଁ ପ୍ରାୟ ଚାରି ଲକ୍ଷ ଯାନ, ୧୩୫ ଟି ସ୍ବତନ୍ତ୍ର ଟ୍ରେନ ଏବଂ ୧,୬୯୨ ଟି ବିମାନ ବ୍ୟବହାର କରାଯାଇଥିଲା। ବିଶ୍ୱର ସର୍ବବୃହତ ନିର୍ବାଚନ ପ୍ରକ୍ରିୟାରେ ୬୮,୦୦୦ ରୁ ଅଧିକ ମନିଟରିଂ ଦଳ, ୧.୫କୋଟି ଭୋଟର ଏବଂ ସୁରକ୍ଷା କର୍ମୀ ସାମିଲ ହୋଇଥିଲେ। ସିଇସି ରାଜୀବ କୁମାର ସୋସିଆଲ ମିଡିଆରେ ନିର୍ବାଚନ କମିଶନରଙ୍କୁ ‘ଲାପତା ଜେଣ୍ଟଲମ୍ୟାନ’ କୁହାଯାଇଥିବା ମିମ୍ସକୁ ନେଇ କହିଛନ୍ତି, ଆମେ ସବୁବେଳେ ଏଠାରେ ଥିଲୁ, କେବେ ବି ଅଦୃଶ୍ୟ ହୋଇନଥିଲୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼