Masthead

ଚାଷୀଙ୍କୁ ଗୃହମନ୍ତ୍ରାଳୟର ନୋଟିସ

ନୂଆଦିଲ୍ଲୀ (ବଡ଼ ଖବର): ଦିଲ୍ଲୀରେ ହିଂସା ଘଟଣାକୁ ନେଇ ଆକ୍ସନ ମୋଡ଼ରେ ପୋଲିସ । ଦିଲ୍ଲୀରେ ହିଂସା ଘଟାଇଥିବା ଚାଷୀ ନେତାଙ୍କ ବଢିବ ବିପଦ । ବଡ଼ ଧରଣର କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲା ଦିଲ୍ଲୀ ପୋଲିସ । ୨୦ଜଣ ଚାଷୀନେତାଙ୍କୁ ନୋଟିସ ଜାରି କରିଛି ଗୃହମନ୍ତ୍ରାଳୟ । ୩ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟ୍ରାକ୍ଟର ରାଲି ବେଳେ ସର୍ତ୍ତ ଖିଲାପ ଅଭିଯୋଗରେ ଯୋଗେନ୍ଦ୍ର ଯାଦବ, ବାଲଦେବ ସିଂ ସିରସା, ବଲବୀର ଏସ ରାଜୱାଲଙ୍କ ସମେତ ୨୦ ଜଣ କୃଷକ ନେତାଙ୍କୁ ପୋଲିସ ଏହି ନୋଟିସ ଜାରି କରିଛି ।

ଜାନୁଆରୀ ୨୬ରେ ହୋଇଥିବା ଟ୍ରାକ୍ଟର ରାଲିରେ ହିଂସା ମାମଲାରେ ଯୋଉଁମାନଙ୍କ ନାଁରେ ମାମଲା ରୁଜୁ ହୋଇଛି ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛି ଗୃହମନ୍ତ୍ରାଳୟ । ଏବଂ ଯେଉଁମାନଙ୍କ ନାଁରେ ମାମଲା ରୁଜୁ ହୋଇଛି ସେମାନଙ୍କ ବିରୋଧରେ ଲୁକଆଉଟନୋଟିସ ଜାରି କରିବାକୁ କୁହାଯାଇଛି । ଯେଉଁମାନଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି ହେବ ସେମାନଙ୍କକ ପାସପୋର୍ଟ ମଧ୍ୟ ଜବତ କରାଯିବାକୁ ନିର୍ଦ୍ଦେଶ ହୋଇଛି । ସେପଟେ ଚାଷୀ ନେତାମାନେ ହିଂସାକୁ ନେଇ ପାଲଟା ପୋଲିସ ଯେଉଁ ରୁଟ ଚାର୍ଟ ଦେଇଥିଲା ତାହା ଅବୁଝା ଥିଲା । ତେଣୁ ଏଭଳି ହିଂସା ପଛରେ ପ୍ରଶାସନ ହିଁ ଦାୟୀ ବୋଲି ସେମାନେ ପାଲଟା ଅଭିଯୋଗ ଆଣିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା