ସହିଦ ଦିବସରେ ‘ସମାଲୋଚନା’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜନନୀ ଓ ଜନ୍ମଭୂମି ସ୍ୱର୍ଗଠାରୁ ବଡ଼ । ମାଟି ମା’ର ସୁରକ୍ଷା ପାଇଁ ଜୀବନକୁ ଆହୂତି ଦେଇଥିବା ବୀରପୁଙ୍ଗବ ତଥା ଆମ ଭଳି ଜଣେ ସାଧାରଣ ଜନତା, ଏ ଜାତିର କର୍ଣ୍ଣଧାର ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ପ୍ରତିବର୍ଷ ଜାନୁଆରୀ ୩୦କୁ ସହିଦ ଦିବସଭାବେ ପ୍ରତିଟି ଭାରତୀୟ ପାଳନ କରିଆସୁଛନ୍ତି । ଏହି ଦିନ ହିଁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ତାଙ୍କର ଦେଶପ୍ରେମ ଓ ଦେଶଭକ୍ତିର ବାର୍ତ୍ତା ଆଗାମୀ ପିଢି ପାଇଁ ପହଞ୍ଚାଇବା ସହିଦ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ।

ସହିଦ ଦିବସରେ ଆତ୍ମପ୍ରକାଶ କରିବାକୁ ଯାଉଛି ଭିନ୍ନ ସ୍ୱାଦର ନ୍ୟୁଜ ସାପ୍ତାହିକ ‘ସମାଲୋଚନା’ । ଏହାର ସମସ୍ତ ବିଷୟ ବସ୍ତୁ କାର୍ଟୁନ ମାଧ୍ୟମରେ ହିଁ ଉପସ୍ଥାପିତ ହେବ । ପ୍ରଜାତନ୍ତ୍ରର ଚତୁର୍ଥ ସ୍ତମ୍ଭର ସଚ୍ଚା ସିପାହୀ ଲୋକଙ୍କ ଚ୍ୟାନେଲ ‘ବଡ଼ ଖବର’ ସହ ମିଶି କାର୍ଯ୍ୟ କରିବ ‘ସମାଲୋଚନା’ । ଭୁବନେଶ୍ୱର ୟୁନିଟ ୩ସ୍ଥିତ ଉତ୍କଳ ସାମ୍ବାଦିକ ସଙ୍ଘ କାର୍ଯ୍ୟାଳୟ (କେଶରୀ ହଲ ପଛପଟ) ରେ ଆସନ୍ତା ୩୦ସହିଦ ଦିବସରେ ଅପରାହ୍ନ ୪ଟାରେ ଲୋକାର୍ପିତ ହେବ ‘ସମାଲୋଚନା’ ।

ପ୍ରତି ସପ୍ତାହରେ ପ୍ରକାଶ ପାଇବ ଭିନ୍ନ ସ୍ୱାଦର ନ୍ୟୁଜ ସପ୍ତାହିକ ‘ସମାଲୋଚନା’ । ୧୨ ପୃଷ୍ଟା ବିଶିଷ୍ଟ ‘ସମାଲୋଚନା’ ର ୬ ପୃଷ୍ଠା ରଙ୍ଗୀନ । ବାର୍ଷିକ ଦେୟ ୨୦୦୦ ଟଙ୍କା । ଜଣେ ଚାହିଁଲେ ମ।ସିକ ୨୦୦ ଟଙ୍କା ଦେଇ ଗ୍ରାହାକ ହୋଇପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ