Masthead

ଆସାମ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ

(ବଡ଼ ଖବର ବ୍ୟୁରୋ): ଆସାମ-ମିଜୋରାମରେ ସୀମାକୁ ନେଇ ବଢୁଛି ସଂଘର୍ଷର ତାତି । ଜୁଲାଇ ୨୬ରେ ଆସାମ ଏବଂ ମିଜୋରାମ ପୁଲିସ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା। ଏହି ସମୟରେ ଆସାମର ୫ ପୁଲିସ କର୍ମୀ ଶହୀଦ ହୋଇଥିବା ବେଳେ ମିଜୋରାମ ସରକାରର ଅନେକ ପୁଲିସ ଆହତ ହୋଇଥିଲେ। ଏହାରି ଭିତରେ ମିଜୋରାମ ସରକାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି।

ହିମନ୍ତ ବିଶ୍ବ ଶର୍ମାଙ୍କ ପ୍ରଶାସନର ୬ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ପ୍ରାୟ ୨୦୦ ଅନାମିତ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଏହି ମାମଲାରେ ସମ୍ପୃକ୍ତ କରାଯାଇଛି। ‘ଏଫ୍‌ଆଇଆର୍‌’ରେ ଉଲ୍ଲେଖ ଥିବା ପୁଲିସ କର୍ମଚାରୀମାନଙ୍କ ମଧ୍ୟରେ ଅଛନ୍ତି ଆସାମର ଜଣେ ଇନ୍ସପେକ୍ଟର୍‌ ଜେନେରାଲ୍, ଜଣେ ଡେପୁଟି ଇନ୍ସପେକ୍ଟର୍‌ ଜେନେରାଲ୍ ଓ ଜଣେ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌। ମିଜୋରାମ ପୁଲିସ କୋଲାସିବ ଜିଲ୍ଲାର ଭୈୟରେଙ୍ଗତେ ଥାନାରେ ଏହି ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ସୋମବାର ଆସାମ ଅଧିକାରୀଙ୍କ ଏକ ଟିମ୍ ଉପରେ ମିଜୋରାମ ପୁଲିସ ଗୁଳି ଚଳାଇଥିଲା।

ଯେଉଁଥିରେ ଆସାମ ପୁଲିସର ୫ କର୍ମଚାରୀ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଆସାମ ପୁଲିସର ପାଲଟା ଆକ୍ରମଣରେ ମିଜୋରାମ ପୁଲିସର ଅନେକ କର୍ମଚାରୀ ଆହତ ହୋଇଛନ୍ତି। ଏହି ହଂସାକାଣ୍ଡ ପରେ ଆସାମ-ମିଜୋରାମ ସୀମାରେ କେନ୍ଦ୍ର ସୁରକ୍ଷା ବାହିନୀ ନିୟୋଜିତ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟର କହିଛି। ଦୁଇ ରାଜ୍ୟର ସୀମାରେ ତିନୋଟି ଜିଲ୍ଲା ରହିଛି। ଏହି ସୀମା ୧୬୪ କିଲୋମିଟର ଲମ୍ବା ରହିଛି। ମୋଟ୍ ୫ଟି କମ୍ପାନୀ ସୀମାରେ ନିୟୋଜିତ ହେବେ ବୋଲି ଜଣାପଡ଼ିଛି। ଏହାବାଦ ୨ଟି ଟ୍ରୁପକୁ ପ୍ରସ୍ତୁତ ରଖାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ