Masthead

ପାକିସ୍ତାନ ବିରୋଧରେ ବଡ଼ ତେୟାରୀ, କାଲି ମକ୍ ଡ୍ରିଲ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆତଙ୍କୀଙ୍କ ଉପରେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ । ଏଥିର ନିର୍ଣ୍ଣାୟକ ଲଢ଼େଇ ହେବ ବୋଲି କହିସାରିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଆରପାର ଲଢ଼େଇ ପାଇଁ ଚାଲିଛି ବଡ଼ ପ୍ରସ୍ତୁତି । ମେ’ ୭ ତାରିଖରେ ବାଜିବ ସାଇରନ । ଯୁଦ୍ଧ ସମୟରେ ଯେପରି ସାଇରନ ବାଜିଥାଏ ଠିକ ସେହିପରି ଶବ୍ଦ ଶୁଣିବାକୁ ମିଳିବ । ସମସ୍ତ ରାଜ୍ୟକୁ ମକ ଡ୍ରିଲ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର । ୧୦ ତାରିଖ ସୁଦ୍ଧା ପୂରା ଦେଶରେ ସରିବ ମକଡ୍ରିଲ୍‌ । ଏଥିରେ ସାଧାରଣ ଲୋକ ବି ସାମିଲ ହେବେ । ମେ ୭ ତାରିଖ ତଥା ବୁଧବାର ଦିନ ଏହି ମକଡ୍ରିଲ କରାଯିବ ।

ଯୁଦ୍ଧ ହେଲେ ସାଧାରଣ ଲୋକେ ସୁରକ୍ଷିତ ସ୍ଥାନକୁ କିଭଳି ଯିବେ । ଶତ୍ରୁ ଆକ୍ରମଣରୁ କିଭଳି ନିଜକୁ ସୁରକ୍ଷା କରିବେ ଏହାର ଯୋଜନା କରାଯିବା ସହ ଅଭ୍ୟାସ ବି କରାଯିବ । ଅଭ୍ୟାସ ସମୟରେ ରେଡ୍ ୱାର୍ଣ୍ଣିଙ୍ଗ ସାଇରନ ବାଜିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମ ହମଲା ପରେ ଏପରି ସ୍ଥିତି ଉପୁଜିଛି । ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଏହା କାଶ୍ମୀର ଘାଟିରେ ହୋଇଥିବା ସବୁଠାରୁ ଭୟଙ୍କର ଆକ୍ରମଣ। ଗତ ୧୧ ଦିନ ଧରି ଏଲଓସିରେ ଗୁଳିବର୍ଷା କରୁଛି ପାକିସ୍ତାନ । ଯାହାର କଡ଼ା ଜବାବ ଦେଇଛି ଭାରତୀୟ ସେନା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି