Masthead

ପଲିଥିନ୍ କୁଡ଼ିଆରେ ଜୀବନ

ଜଳେଶ୍ୱର ,  (ବଡ଼ ଖବର ବ୍ୟୁରୋ):    ଭଗବାନଙ୍କ ଉପରେ  ଭରଷା କରି ଦାରିଦ୍ର୍ୟ ସୀମାରେଖା ତଳେ ବଞ୍ଚୁଥିବା ପରିବାରର ଭାଗ୍ୟ କଣ ଏହା ଯେ ବର୍ଷ ବର୍ଷ ଧରି ଝାଟିମାଟି ପଲିଥିନ ଛାଉଣୀ କୁଡ଼ିଆ ଭିତରେ ବିତାଇବାକୁ ପଡୁଛି ଜୀବନ । କାହାପାଇଁ ଏ ଆବାସ ଯୋଜନା ଓ ମାଳ ମାଳ ଆବାସ ଗୃହ। ଯାଉଛି କୁଆଡେ,ନେଉଛି କିଏ ? ବାସ୍ତବରେ ଏଠି ଗରିବଙ୍କ ପାଇଁ ଆବାସ ଗୃହ ସାତ ସପନ ।

ଯାହାକି ଏଭଳି ଦୁଃଖ ଯନ୍ତ୍ରଣା ଜୀବନ ନେଇ ବଞ୍ଚୁଥିବା ଏକ ପରିବାର ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ ଦକ୍ଷିଣ ପ୍ରହରାଜପୁର ପଂଚାୟତ ପ୍ରହରାଜପୁର ଗାଁର ସୁଲେଖା ବାରିକ , ସ୍ୱାମୀ ଅଶୋକ ପର ଘର ମୂଲ ଲାଗି ସଂସାର ଚଳାନ୍ତି । ସଂସାର କହିଲେ ସ୍ୱାମୀ ସ୍ତ୍ରୀ ଓ ଦୁଇ ପିଲା । ପରିବାରର ଆର୍ଥିକ ଅବସ୍ଥା ଏମିତି ଯେ କୁଡ଼ିଆ ଛାଉଣୀ କରିବା ପାଇଁ ମଧ୍ୟ ସକ୍ଷମ ନୁହଁ । ମୂଲଲାଗି ଦିନକୁ ଯାହା ରୋଜଗାର ହୁଏ ତାହା ଚାରି ପେଟ ଓ ଦୁଇ ପିଲାଙ୍କ ପାଠ ପଢ଼ାକୁ ବି ନିଅଣ୍ଟ । ସମ୍ପତି କହିଲେ ମାତ୍ର ଦୁଇ ଡିସମିଲ ଓ ତାହାରି ଉପରେ ଦୀର୍ଘ ୧୦ବର୍ଷ ପୂର୍ବେ ଝାଟିମାଟିର କୁଡ଼ିଆ ଟିଏ ଗଢ଼ିଥିଲେ ବି ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ଗତ ତିନି ବର୍ଷ ଧରି ତାହାରି ଉପରେ ପଲିଥିନ ପକାଇ ତିନି ପ୍ରାଣୀକୁ ଧରି ଦୁଖଃ କଷ୍ଟରେ ବିତୁଛି ପରିବାରର ଜୀବନ । ଆବାସ ଗୃହ ଖଣ୍ଡିଏ ପାଇବା ପାଇଁ ନେତାଙ୍କ ଠାରୁ ସରକାରୀ ବାବୁ ପର୍ଯ୍ୟନ୍ତ ଗୁହାରୀ କରି ଥକି ପଡ଼ିଥିଲେ ମଧ୍ୟ ଗରିବ ପରିବାର ପ୍ରତି ନାଁ ଅଛି ନଜର ନା ସହାୟତା । ଏଠି ତେଲିଆ ମୁଣ୍ଡରେ ତେଲ ଦେବା ଭଳି ଗୋଟିଏ ପରିବାରର ୪ ଟି ଆବାସ ଗୃହ ତ ଆଉକାହାର ପକ୍କା ଘର ଥାଇବି ପୁଣି ଆବାସ ଗୃହ ହାତଉଛନ୍ତି । ପ୍ରକୃତରେ କେବେ ଏ ଗରିବ ପରିବାରର ଭାଗ୍ୟ ଖୋଲିବ ଆବାସ ଯୋଜନା ଗୃହ ଟିଏ ପାଇବା ପାଇଁ ଯାହା ଦେଖିବା କୁ ବାକିରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ