Masthead

ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗ

 

ବାଲିଅନ୍ତା: (ବଡ଼ ଖବର ବ୍ୟୁରୋ) ବାଲିଅନ୍ତା ଥାନା ଭିଙ୍ଗାରପୁର ବ୍ରିଜ ନିକଟ କୁଶଭଦ୍ରା ନଦୀରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା। ଅଜଣା ମୃତ ଦେହର ପରିଚୟ ମିଳିଛି। ମୃତକ ହେଉଛନ୍ତି ବାଲିଅନ୍ତା ଥାନା ବାଲିକାନ୍ଥିଆ ଗ୍ରାମର ନିର୍ମଳା ମହାନ୍ତି !ମୃତଦେହକୁ ଦେଖି ବାପଘର ଲୋକ ଚିହ୍ନଟ କରିଛନ୍ତି । ନିର୍ମଳାଙ୍କୁ ତାଙ୍କ ସ୍ଵାମୀ ରମଣି ରଂଜନ ମହାନ୍ତି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ବ୍ୟବସାୟ ବଢାଇବା ପାଇଁ ନିର୍ମଳା ଙ୍କୁ ତାଙ୍କ ସ୍ୱାମୀ ରମଣୀ ରଂଜନ ଏକ ଲକ୍ଷ୍ୟ ଟଙ୍କା ତାଙ୍କ ବାପ ଘରୁ ଆଣିବା ପାଇଁ କହିଥିଲେ !ଏହି କାରଣ ରୁ
ନିର୍ମଳାଙ୍କୁ ତାଙ୍କ ସ୍ଵାମୀ ବିଭିନ୍ନ ସମୟରେ ମାଡ ମାରି ଶାରିରୀକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିଲେ । ।
ନିର୍ଯ୍ୟାତନା ଅସହ୍ୟ ହେବାରୁ ନିର୍ମଳା ବର୍ଷକ ପୂର୍ବେ ବାପ ଘରକୁ ପଳାଇ ଆସିଥିଲେ । ଏବଂ ଭାଇଙ୍କ ଠାରୁ ୫୦ ହଜାର ଟଙ୍କା ନେଇ ରମଣିରଂଜନଙ୍କୁ ଦେଇଥିଲେ । ହେଲେ ୫୦ ହଜାର ଟଙ୍କା ପାଇବା ସତ୍ବେ ନିର୍ମଳାଙ୍କ ଉପରେ ରମଣିରଂଜନଙ୍କ ନିର୍ଯ୍ୟାତନ କମିନଥିଲା । ସେ ବାକି ୫୦ ହଜାର ଟଙ୍କା ପାଇଁ ପୂର୍ବଭଳି ନିର୍ମଳାଙ୍କୁ ମାରପିଟ କରିଥିଲେ ।
ବାପଘର ଲୋକ କହିଛନ୍ତି ଯେ, ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳି ଝଗଡ଼ା ହେଉଥିଲା!
ଶେଷରେ ସ୍ଵାମୀ ନିର୍ମଳାଙ୍କୁ ହତ୍ୟା କରିଥିବା ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି!
। ନିର୍ମଳାଙ୍କ ବଡ଼ଭାଇ ପ୍ରଫୁଲ ଚନ୍ଦ୍ର ମହାନ୍ତି ଏନେଇ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅଭିଯୋଗ ମୁତାବକ ବାଲିପାଟଣା ଥାନା ଅଧୀନ ଝିଣ୍ଟି ମହାନ୍ତି ସାହିର ସ୍ବର୍ଗତଃ ଭ୍ରମରବର ମହାନ୍ତିଙ୍କ ଝିଅ ନିର୍ମଳା ୨୦ ବର୍ଷ ପୂର୍ବେ ବାଲିଅନ୍ତା ଥାନା ଅଧୀନ ବାଲିକାନ୍ଥିଆ ଗ୍ରାମର ରମଣିରଂଜନଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଦୁଇଟି ଛୋଟ ଝିଅ ଅଛନ୍ତି ।
। ଗତ ଶନିବାର ସକାଳେ ଭିଙ୍ଗାରପୁର ବ୍ରିଜ୍ ନିକଟ କୁଶଭଦ୍ରା ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା ବାଲିଅନ୍ତା ପୋଲିସ୍‌ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା