Before Header

ଦ୍ୱିତୀୟ ବିବାହ ଫଟୋରେ ଆସିଲା ଏମିତି କମେଣ୍ଟ, ବାଧ୍ୟ ହୋଇ ଫେସବୁକ୍ ଲାଇଭ୍ କଲେ ବିଧାୟକ

0 3,420

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗତ ୨ ତାରିଖ ନିଜ ଜନ୍ମଦିନରେ ଦ୍ୱିତୀୟ ବିବାହ କରିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ଏହା ତାଙ୍କର ସଂପୂର୍ଣ୍ଣ ବ୍ୟକ୍ତିଗତ ଜୀବନ । ସମସ୍ତଙ୍କ ଭଳି ନେତାମାନଙ୍କ ମଧ୍ୟ ବ୍ୟକ୍ତିଗତ ଜୀବନ ରହିଛି । ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପବ୍ଲିକରେ ଅଧିକ ଟିକାଟିପ୍ପଣୀ ହେବା ଉଚିତ୍ ନୁହେଁ । କିନ୍ତୁ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଓରଫ ବାପିଙ୍କ ଏହି ବିବାହ କଥାକୁ ନେଇ ସାମାଜିକ ଗଣମାଧ୍ୟମରେ ବଡ଼ ଚର୍ଚ୍ଚା ହେଉଛି । ତାହାର ମଧ୍ୟ କିଛି କାରଣ ରହିଛି । ଯେହେତୁ ବ୍ୟୋମକେଶ ଦ୍ୱିତୀୟ ବିବାହ କରିଛନ୍ତିି, ତାଙ୍କର କୁୁନି ଝିଅଟେ ଅଛି, କିଛି ସେହି ଦୃଷ୍ଟିକୋଣରୁ ମନ୍ତବ୍ୟ ଦେଉଛନ୍ତି । ବିଧାୟକଙ୍କ ପ୍ରଥମ ପତ୍ନୀ ନୀଳିମାଙ୍କ ଦେହାନ୍ତକୁ ଅଧିକ ଦିନ ହୋଇନି । ପତ୍ନୀଙ୍କ ଅକାଳ ଦେହାନ୍ତ ପରେ ବିଧାୟକ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ । ସେତେବେଳେ ତାଙ୍କର ଦୁଃଖକୁ ସାରା ରାଜ୍ୟ ଦେଖିଛି । ତେବେ ଏହି ଘଟଣାର ମାତ୍ର କିଛି ମାସ ପରେ ବିଧାୟକଙ୍କ ଦ୍ୱିତୀୟ ବିବାହର ଖବର ଆସିଲା ।

ସେ ନିଜର ରାଜନୈତିକ ସହଯୋଗୀ ଅଶୋକ ବଳଙ୍କ କନ୍ୟାଙ୍କୁ ବିବାହ କରିଛନ୍ତି । କିଛି ଗଣମାଧ୍ୟମରେ ଏକଥା ବି ଆସିଛି, ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ତାଙ୍କର ଦ୍ୱିତୀୟ ପତ୍ନୀଙ୍କ ସହ ପ୍ରେମ ସଂପର୍କ ଗଢିଉଠିଥିଲା, ଯାହା ପରେ ବିବାହର ରୂପ ନେଇଛି । ଏକଥାକୁ ଅନେକ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ପତ୍ନୀଙ୍କ ବିୟୋଗ, ଯାହାଙ୍କୁ ସେ ଏତେ ଭଲ ପାଉଥିଲେ, ତାଙ୍କ ବିୟୋଗର ମାତ୍ର କିଛି ମାସ ମଧ୍ୟରେ ଆଉ ଏକ ବିବାହ, ଜଣେ ପବ୍ଲିକ ଫିଗରଙ୍କ ଏହି ନିଷ୍ପତ୍ତି ଉପରେ ସମସ୍ତେ ସହମତ ହୋଇପାରୁ ନାହାନ୍ତି । ସେପଟେ ବ୍ୟୋମକେଶଙ୍କ ସମର୍ଥକମାନେ ଏହାକୁ ଝିଅ ପାଇଁ ବାପାର ତ୍ୟାଗ ବୋଲି ଚିତ୍ରଣ କରୁଛନ୍ତି । କୁନି ଝିଅକୁ ନୂଆ ମା’ଟେ ମିଳିଯାଇଛି ବୋଲି କହୁଛନ୍ତି । ତେବେ ବାପିଙ୍କ ଦ୍ୱିତୀୟ ବିବାହର ଯେଉଁ ଫଟୋ ସବୁ ସୋସିଆଲ ମିଡିଆରରେ ପୋଷ୍ଟ କରିଛନ୍ତି, ସେଥିରେ ଅନେକ କମେଣ୍ଟ ଶୁଭକାମନାର ରହିଛି, ଯାହା ସ୍ୱାଭାବିକ ମଧ୍ୟ । ଏପରି କମେଣ୍ଟ ସଂଖ୍ୟା ବି କିଛି କମ୍ ନୁହେଁ, ଯେଉଁଠି ବ୍ୟୋମକେଶଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଲାଗିଛି ।

ଏପରିକି କୁନି ଝିଅଟି, ଯାହାର ଏଯାଏଁ ବୁଝିବା ଶକ୍ତି ଆସିନି, ଯିଏ ବାପା ବାହାଘରରେ ବେଶ୍ ଖୁସି ଥିବା ଭଳି ଲାଗୁଛି, ତାହାର ଭବିଷ୍ୟତକୁ ନେଇ ମଧ୍ୟ କିଛି ପ୍ରଶ୍ନ ଉଠାଇ ଦେଇଛନ୍ତି । ବଡ଼ କଥା ହେଉଛି, ସୋସିଆଲ ମିଡଆରେ ବେଶ୍ ସକ୍ରିୟ ବାପିଙ୍କ ନଜରରେ ବି ଏହି କମେଣ୍ଟ ସବୁ ଆସୁଥିବ । ସେ ବି ଏସବୁ ଦେଖୁଥିବେ । ବୋଧେ ଏହି କମେଣ୍ଟ ତାଙ୍କୁ କିଛିଟା ଚାପ ଭିତରକୁ ନେବା ଭଳି ଅନୁଭବ ହେଉଛିି । ଖାସ୍ ସେଇଥିପାଇଁ ଲୋକଙ୍କ ସନ୍ଦେହ ଦୂର କରିବାକୁ ବାହାଘରର ଠିକ୍ ପରଦିନ ସକାଳୁ ସକାଳୁ ବ୍ୟୋମକେଶ ତାଙ୍କ ଫେସବୁକରେ ଏକ ଲାଇଭ୍ କଲେ । ୪୮ ମିନିଟ୍ ଧରି ଲାଇଭରେ ସେ ରହିଲେ ।

କିଛି କହିବା ପାଇଁ ନୁହେଁ, ବରଂ ଏ ଭିଡିଓଟି ଥିଲା ତାଙ୍କ ଝିଅଙ୍କ ସହ । ତାଙ୍କ ଝିିଅ ପ୍ରତି ସେ କେତେ କେୟାରିଙ୍ଗ୍ ସେ ବିଷୟରେ ଜଣାଇବା ଭଳି ଲାଗୁଥିଲେ । ଏ ଭିଡିଓ ବୋଧ ହୁଏ ସେହିମାନଙ୍କ ପାଇଁ ଥିଲା ଯେଉଁମାନେ ଝିଅର ଭବିଷ୍ୟତ ଉପରେ ପ୍ରଶ୍ନ ଉଠାଉଥିଲେ । ସେହି କମେଣ୍ଟ ସବୁ ଦେଖି ଦେଖି ବିଧାୟକ ସେ କେତେ ଭଲ ବାପା ତାହା ଲୋକଙ୍କୁ ଜଣାଇବାକୁ ଚାହିଁଛନ୍ତି । ସେ ଯାହା ବି ହେଉ, ଏହା ବିଧାୟକଙ୍କ ବ୍ୟକ୍ତିଗତ ଜୀବନ । ତାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହୁ ବୋଲି ଆମେ ଆଶା କରିବା ।

ଏହି ଘଟଣା ସାରିବା ପୂର୍ବରୁ ଆଉ ଗୋଟିଏ କଥା ବି ଏଠାରେ ସୂଚନା ଦେବାକୁ ଚାହିଁବୁ । ବିଧାୟକଙ୍କ ବାହାଘର ସେଲିବ୍ରେସନର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ବ୍ୟୋମକେଶ ନିଜେ ମଧ୍ୟ ଧୁମ୍ ମଚାଇ ନାଚୁଛନ୍ତି । କିନ୍ତୁ କାହାରି ମୁହଁରେ ମାସ୍କ ନାହିଁ । ଏହା କୋଭିଡ ନିୟମର ଉଲ୍ଲଙ୍ଘନ ବୋଲି ଅଭିଯୋଗ ହେଉଛି ।

Leave A Reply

Your email address will not be published.