Masthead

ଭାରତ କେମିତି ପିନ୍ଧୁଛି ମାସ୍କ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କରୋନା ଆରମ୍ଭ ବେଳଠାରୁ ନେଇ ଆଜି ପର୍ଯ୍ୟନ୍ତ ଗୋଟିଏ କଥା କୁହାଯାଉଛି । ସଠିକ ଭାବେ ମାସ୍କ ପିନ୍ଧନ୍ତୁ । ଅଯଥା ବାହାରକୁ ଯା’ନ୍ତୁନି । ଯଦି ଯାଉଛନ୍ତି ୨ଫୁଟ ଦୂରତା ଅବଲମ୍ବନ କରନ୍ତୁ । ହାତ ଧୁଅନ୍ତୁ । ତେବେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲଙ୍କର ଏକ ବିବୃତି ଆସିଛି । ଯେଉଁଥିରେ ମାସ୍କ ଉପରେ ଗୁରୁତ୍ୱାରୋପ କରିଛନ୍ତି ଲଭ ଅଗ୍ରୱାଲ । ସେ ବିସ୍ତୃତ ଭାବେ ତଥ୍ୟ ରଖିଛନ୍ତି କି, ଦେଶବାସୀ କେମିତି ମାସ୍କ ପିନ୍ଧୁଛନ୍ତି । କରୋନାର ପ୍ରଥମ ଲହର ସମୟରେ କରାଯାଇଥିବା ଅବହେଳା ହିଁ ଦ୍ୱିତୀୟ ଲହରକୁ ଡାକି ଆଣିଛି ।

ମହାମାରୀରୁ ବଞ୍ଚିବାକୁ ହେଲେ ମୁଖ୍ୟ ଅସ୍ତ୍ର ହେଉଛି ମାସ୍କ । କିନ୍ତୁ ଏବେ ବି କିଛି ଅମାନିଆ ରହିଛନ୍ତି ଯେଉଁମାନେ କେବଳ କଟକଣା ପାଇଁ ହିଁ ମାସ୍କ ବ୍ୟବହାର କରୁଛନ୍ତି । ଏକ ରିପୋର୍ଟରେ ଲଭ ଅଗ୍ରୱାଲ କହିଛନ୍ତି ୫୦% ଭାରତୀୟ ଏବେ ବି ମାସ୍କ ବ୍ୟବହାର କରୁନାହାନ୍ତି । ଆଉ ଯେଉଁ ୫୦% ବ୍ୟବହାର କରୁଛନ୍ତି ସେମାନଙ୍କ ମଧ୍ୟରୁ ୬୪% ବ୍ୟକ୍ତି ସଠିକ ଭାବରେ ମାସ୍କ ପିନ୍ଧୁନାହାନ୍ତି । ନାକ ତଳକୁ ପିନ୍ଧୁଛନ୍ତି । ମାସ୍କ ପିନ୍ଧିବା ଜାଣି ମଧ୍ୟ ବହୁ ଲୋକ ଏଥିରେ ଅବହେଳା କରୁଛନ୍ତି । ଅନେକ ଲୋକ ମାସ୍କ ପିନ୍ଧିଲେ ତାକୁ ବେକ ତଳକୁ ଝୁଲାଇ ରଖୁଛନ୍ତି । ଆଉ କିଛି ଲୋକ ଓଠ ତଳକୁ ଝୁଲାଇ ପିନ୍ଧୁଛନ୍ତି । ଭୁଲ ଢଙ୍ଗରେ ମାସ୍କ ପିନ୍ଧିଲେ ତାହାର ଲାଭ ମିଳବ ନାହିଁ । ଏହାଦ୍ୱାରା ନିଜ ସହିତ ଅନେକ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ