Masthead

ଗୁପ୍ତଧନ ଖୋଜୁଥିଲେ, ଗିରଫ କଲା ପୋଲିସ

ଆନ୍ଧ୍ରପ୍ରଦେଶ(ବଡ଼ ଖବର ବ୍ୟୁରୋ): ଗୁପ୍ତଧନ ଖୋଜିବାର ନିଶାରେ ଲୋକମାନେ ଅନେକ କିଛି କରିଥାନ୍ତି । ଗୁପ୍ତଧନର ଆଶା ଏତେ ପାଗଳ କରିଦିଏ ଯେ, ସେମାନେ କ’ଣ କରୁଛନ୍ତି ତାହା ମଧ୍ୟ ଭୁଲିଯାନ୍ତି । ଏଭଳି ଏକ ମାମଲା ଦେଖିବାକୁ ମିଳିଛି ତିରୁପତିର ମଙ୍ଗଲମ ଅଞ୍ଚଳରେ ଯେଉଁଠି ଜଣେ ୪୦ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଏହି ବ୍ୟକ୍ତିଜଣକ ବେଆଇନ ଭାବେ ପ୍ରାଚୀନ ଗୁପ୍ତଧନ ଖୋଜିବା ଲାଗି ବିଟିଆର କଲୋନୀ ନିକଟରେ ଥିବା ଶେଷଚଲମର ପାହାଡ଼ରେ ଏକ ସୁଡ଼ଙ୍ଗ ଖୋଳୁଥିଲେ ।

ଯାହାକୁ ଗତ ଏକ ବର୍ଷ ଧରି ସେ କରିଚାଲିଛନ୍ତି । ଏହି ବ୍ୟକ୍ତିଙ୍କ ନାମ ନାଇଡ଼ୁ ହୋଇଥିବା ଜଣାପଡ଼ିଛି । ତାଙ୍କୁ ଗୁପ୍ତଧନ ଖୋଜିବା ପାଇଁ ୧୨୦ଫୁଟ ଖୋଲିବାକୁ କୁହାଯାଇଥିଲା । ୨୦୧୪ରେ ସ୍ୱୟମ୍ଭୁ ଗୁରୁଜୀ ରମେୟା ସ୍ୱାମୀଙ୍କ ସହ ଭେଟ ହୋଇଥିଲା । ଦୁହେଁ ମିଶି ଗୁପ୍ତଧନ ଖୋଜିବାକୁ ଯୋଜନା କରିଥିଲେ । ଏହାପରେ ପାହାଡ଼କୁ ଖୋଳିବାକୁ ଲାଗିଥିଲେ । ଏହାରି ମଧ୍ୟରେ ଗତ ୬ମାସ ତଳେ ବ୍ୟକ୍ତିଙ୍କ ଗୁରୁଜୀଙ୍କ ମୃତ୍ୟୁ ହୋଇଥିବା ବେଳେ ନାଇଡ଼ୁ ଏକାକୀ ଏହି ସୁଡ଼ଙ୍ଗ ଖୋଳିବା ଜାରି ରଖିଥିଲେ । ଗତକାଲି ଏଥିପାଇଁ ପୋଲିସ ତାଙ୍କୁ ଗିରଫ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ