ଗୁପ୍ତଧନ ଖୋଜୁଥିଲେ, ଗିରଫ କଲା ପୋଲିସ

ଆନ୍ଧ୍ରପ୍ରଦେଶ(ବଡ଼ ଖବର ବ୍ୟୁରୋ): ଗୁପ୍ତଧନ ଖୋଜିବାର ନିଶାରେ ଲୋକମାନେ ଅନେକ କିଛି କରିଥାନ୍ତି । ଗୁପ୍ତଧନର ଆଶା ଏତେ ପାଗଳ କରିଦିଏ ଯେ, ସେମାନେ କ’ଣ କରୁଛନ୍ତି ତାହା ମଧ୍ୟ ଭୁଲିଯାନ୍ତି । ଏଭଳି ଏକ ମାମଲା ଦେଖିବାକୁ ମିଳିଛି ତିରୁପତିର ମଙ୍ଗଲମ ଅଞ୍ଚଳରେ ଯେଉଁଠି ଜଣେ ୪୦ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଏହି ବ୍ୟକ୍ତିଜଣକ ବେଆଇନ ଭାବେ ପ୍ରାଚୀନ ଗୁପ୍ତଧନ ଖୋଜିବା ଲାଗି ବିଟିଆର କଲୋନୀ ନିକଟରେ ଥିବା ଶେଷଚଲମର ପାହାଡ଼ରେ ଏକ ସୁଡ଼ଙ୍ଗ ଖୋଳୁଥିଲେ ।

ଯାହାକୁ ଗତ ଏକ ବର୍ଷ ଧରି ସେ କରିଚାଲିଛନ୍ତି । ଏହି ବ୍ୟକ୍ତିଙ୍କ ନାମ ନାଇଡ଼ୁ ହୋଇଥିବା ଜଣାପଡ଼ିଛି । ତାଙ୍କୁ ଗୁପ୍ତଧନ ଖୋଜିବା ପାଇଁ ୧୨୦ଫୁଟ ଖୋଲିବାକୁ କୁହାଯାଇଥିଲା । ୨୦୧୪ରେ ସ୍ୱୟମ୍ଭୁ ଗୁରୁଜୀ ରମେୟା ସ୍ୱାମୀଙ୍କ ସହ ଭେଟ ହୋଇଥିଲା । ଦୁହେଁ ମିଶି ଗୁପ୍ତଧନ ଖୋଜିବାକୁ ଯୋଜନା କରିଥିଲେ । ଏହାପରେ ପାହାଡ଼କୁ ଖୋଳିବାକୁ ଲାଗିଥିଲେ । ଏହାରି ମଧ୍ୟରେ ଗତ ୬ମାସ ତଳେ ବ୍ୟକ୍ତିଙ୍କ ଗୁରୁଜୀଙ୍କ ମୃତ୍ୟୁ ହୋଇଥିବା ବେଳେ ନାଇଡ଼ୁ ଏକାକୀ ଏହି ସୁଡ଼ଙ୍ଗ ଖୋଳିବା ଜାରି ରଖିଥିଲେ । ଗତକାଲି ଏଥିପାଇଁ ପୋଲିସ ତାଙ୍କୁ ଗିରଫ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!