Masthead

ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କାଲିଠୁ ଲାଗୁହେବ ନୂଆ ଟାରିଫ୍ । ଭାରତ ଉପରେ ଆମେରିକାର ୨୫ % ଟାରିଫ । ଟ୍ରମ୍ପଙ୍କ ଶୁଳ୍କ ଲାଗୁ ପରେ ଖସିଲା ସେୟାର ବଜାର । ୫୫୦ ପଏଣ୍ଟ ହ୍ରାସ ପାଇ ଖୋଲିଲା ସେନସେକ୍ସ । ନିଫ୍ଟିରେ ୧୮୦ ପଏଣ୍ଟ ହ୍ରାସ ପାଇ ଖୋଲିଲା ବଜାର । ଟାରିଫ ପାଇଁ ଭାରତର ରପ୍ତାନୀ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହେବ । ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ ଦେଖିବାକୁ ମିଳିଛି । ଭାରତ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ଡୋନାଲ୍ଡ ଟ୍ରମ୍ପ ଭାରତରୁ ଆମେରିକାକୁ ଯାଉଥିବା ବିଭିନ୍ନ ଦ୍ରବ୍ୟ ଉପରେ ୨୫% ଶୁଳ୍କ ଲାଗୁ କରିଛନ୍ତି, ଯାହା ଅଗଷ୍ଟ ୧, ୨୦୨୫ରୁ କାର୍ଯ୍ୟକାରୀ ହେବ। ଏହା ଅର୍ଥନୈତିକ କ୍ଷତିର ଆଶଙ୍କା ବଢ଼ାଇଛି। ବର୍ତ୍ତମାନ ରପ୍ତାନୀ ଶୁଳ୍କ ହାରାହାରି ୨.୪ ପ୍ରତିଶତ ଥିବା ବେଳେ ଏକାଥରକେ ୧୦ ଗୁଣାରୁ ଅଧିକ ଶୁଳ୍କ ବଢାଇଛନ୍ତି। ଭାରତର ଆମେରିକାକୁ ୮୭ ବିଲିୟନ ଡଲାରର ରପ୍ତାନୀ କରେ, ଯାହା ବର୍ତ୍ତମାନ ବିପଦରେ।

ଟ୍ରମ୍ପ ଏହି ଶୁଳ୍କବୃଦ୍ଧିକୁ ବୈଶ୍ୱିକ ଯୋଗାଣ ଶୃଙ୍ଖଳାରେ ଆମେରିକାର ପ୍ରଭାବ ପ୍ରତିପାଦନ ବୋଲି ଦର୍ଶାଇଥିବା ବେଳେ, ଏହା ଭାରତର ରୁଷିଆ ସହିତ ବଢୁଥିବା ପ୍ରତିରକ୍ଷା ଓ ଶକ୍ତି ସମ୍ପର୍କ ସହିତ ଜଡ଼ିତ ବୋଲି ଜଣାପଡ଼ିଛି। ରୁଷ ସହ ବାଣିଜ୍ୟିକ କାରବାର ପାଇଁ ଭାରତ ଉପରେ ଆମେରିକା ଅତିରିକ୍ତ ଜରିମାନା ବୋଝ ଲଦାଯିବ ବୋଲି ମଧ୍ୟ ଧମକ ଦେଇଛନ୍ତି। ନୂଆ ଶୁଳ୍କ ଭାରତର ଶୀର୍ଷ ରପ୍ତାନୀ କ୍ଷେତ୍ରଗୁଡ଼ିକୁ ଟାର୍ଗେଟ କରିଛି। ଅଟୋମୋବାଇଲ, ଅଟୋ ଯନ୍ତ୍ରାଂଶ, ଷ୍ଟିଲ, ଆଲୁମିନିୟମ, ସ୍ମାର୍ଟଫୋନ, ସୌର ମଡ୍ୟୁଲ, ସାମୁଦ୍ରିକ ଉତ୍ପାଦ, ରତ୍ନ ପଥର, ଅଳଙ୍କାର, ଏବଂ ନିର୍ଦ୍ଦିଷ୍ଟ ପ୍ରକ୍ରିୟାକରଣ ଖାଦ୍ୟ ଓ କୃଷି ପଣ୍ୟ ୨୫% ଶୁଳ୍କ ତାଲିକାରେ ଅଛି। ଔଷଧ, ସେମିକଣ୍ଡକ୍ଟର, ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏଥିରୁ ବାଦ ପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି