ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବାରହା ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ୍ ତାର । ହେଲେ ନିଜେ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ସୂବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବାଘପାଲି ଗାଁରେ । ତେବେ ମୃତକ ଜଣକ ହେଲେ ଉକ୍ତ ଗାଁର ହରିଶ୍ଚନ୍ଦ୍ର ପ୍ରଧାନ । ତାଙ୍କ ମୃତ ଦେହକୁ ଉଲୁଣ୍ଡା ରେଞ୍ଜ କୋଟାସମଲାଇ ଜଙ୍ଗଲରୁ ଉଦ୍ଧାର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ।
ତେବେ ଆଜି ସକାଳେ ସ୍ଥାନୀୟ ଲୋକେ ଏ ସଂର୍ପକରେ ଜାଣିବାକୁ ପାଇଲେ । ଖବର ପାଇ ଉଲୁଣ୍ଡା ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେହିପରି ବୀରମହାରାଜପୁର ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।