Masthead

ମମତାଙ୍କ ବିରୋଧରେ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରିୟଙ୍କା

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ରାଜନୀତି ଉପରେ ବର୍ତ୍ତମାନ ଦେଶର ନଜର ରହିଛି । ଏହା ମଧ୍ୟରେ ବିଧାନସଭା ସିଟ ଭବାନୀପୁର ଉପନିର୍ବାଚନ ପାଇଁ ଉଭୟ ମମତା ଓ ପ୍ରିୟଙ୍କା ପ୍ରଚାର ଆରମ୍ଭ କରିଥିବାର ସୂଚନା ମିଳିଛି । ସେପଟେ ନିଜର ମୁଖ୍ୟମନ୍ତ୍ରୀ ପଦକୁ ବଞ୍ଚାଇବାକୁ ଜୋରଦାର ତୃଣମୂଳ କଂଗ୍ରେସ ପ୍ରଚାର କରୁଥିବା ବେଳେ ବିଜେପି ମଧ୍ୟ କମ ନୁହେଁ । ମମତାଙ୍କୁ କଡ଼ା ଟକ୍କର ଦେବା ପାଇଁ ନିର୍ବାଚନ ପ୍ରଚାର ମଇଦାନରେ ପ୍ରିୟଙ୍କା ଟିବରେୱାଲ ଜୋରଦାର ପ୍ରଚାର ଆରମ୍ଭ କରିଥିବାର କଥା ସାମ୍ନାକୁ ଆସିଛି । ତେବେ ପ୍ରିୟଙ୍କା ଆଜି ଭିକ୍ଟୋରିଆ ମେମୋରିଆଲରୁ ନିର୍ବାଚନ ପ୍ରଚାର କରିଛନ୍ତି । ଏହା ସହ ନିର୍ବାଚନୀ ପରର ହିଂସା ନେଇ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ।

ବିଧାନସଭା ଉପନିର୍ବାଚନରେ ତାଙ୍କ ବିଜୟ ସୁନିଶ୍ଚିତ । କାରଣ ସେ ସର୍ବଦା ଅନ୍ୟାୟ ବିରୋଧରେ ଲଢେଇ କରିଛନ୍ତି ବୋଲି ପ୍ରିୟଙ୍କା ଦାବି କରିଛନ୍ତି । କେବଳ ଏତିକି ନୁହେଁ ବରଂ ଭବାନୀପୁରରେ ନିର୍ବାଚନ ସ୍ୱଚ୍ଛତା ସହିତ କରାଯିବ ନାହିଁ । କାରଣ ଶାସକ ତୃଣମୂଳ କଂଗ୍ରେସ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ୱାସ କରେ ନାହିଁ । ତୃଣମୂଳ କଂଗ୍ରେସ କେବଳ ହିଂସା ରାଜନୀତି କରେ ବୋଲି ନିର୍ବାଚନି ପ୍ରଚାର ମଇଦାନରେ ପ୍ରିୟଙ୍କା ଟବରେୱାଲ କହିଛନ୍ତି । ଅନ୍ୟପଟେ ପଶ୍ଚିମବଙ୍ଗ ଭବାନୀପୁର ଉପନିର୍ବାଚନ ଆସନ୍ତା ୩୦ ତାରିଖରେ ହେବାକୁ ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ