Masthead

ରୋଷେଇ ଘରେ ନିଆଁ ଲାଗି ଜଳିଗଲେ ସ୍ବାମୀ-ସ୍ତ୍ରୀ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ନୂଆପଡ଼ାରେ ଅଘଟଣ । ରୋଷେଇ ଘରେ ନିଆଁ ଲାଗି ଜଳିଗଲେ ସ୍ବାମୀ-ସ୍ତ୍ରୀ । ଅଳ୍ପକେ ବର୍ତ୍ତିଗଲା ୯ ମାସର ଶିଶୁ । ନୂଆପଡ଼ା  ଜିଲ୍ଲା ଖଡ଼ିଆଳ ଥାନା  ତୁକଲା ଗାଁରେ  ଅଭାବନୀୟ ଘଟଣା  ଘଟିଛି । ଆକସ୍ମିକ  ଅଗ୍ନିକାଣ୍ଡରେ ଦମ୍ପତି  ଦଗ୍ଧ ହୋଇଯାଇଛନ୍ତି । ମୃତକ ହେଲେ ୨୭ ବର୍ଷୀୟ ରାଜେଶ ପଟେଲ ଓ ୨୫ ବର୍ଷୀୟା ରୀମା ପଟେଲ । ଦମ୍ପତିଙ୍କ ଦେହ  ୫୦ରୁ ୬୦% ପୋଡ଼ିଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଖଡ଼ିଆଳ ଉପଖଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରଛନ୍ତି ।  ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ସୋମବାର ରାତି ପ୍ରାୟ ସାଢ଼େ ୮ଟାରେ ରାଜେଶ ଓ ରୀମା  ରୋଷେଇ କରୁଥିଲେ । ଏହି ସମୟରେ ଘରେ ହଠାତ୍‌  ନିଆଁ ଲାଗିଯାଇଥିଲା । ନିଆଁ ବ୍ୟାପୀ ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଘରୁ ବାହାରିବାକୁ ସମୟ ପାଇପାରି ନ ଥିଲେ ଦମ୍ପତି । ଜୀବନ୍ତ ଜଳି ଯାଇଥିଲେ । ରାଜେଶଙ୍କ ବାପା ମକାରୁ ପଟେଲ ଓ ମା’ ଗୀତା ପଟେଲ ୯  ମାସର ଶିଶୁପୁତ୍ରକୁ  ଧରି ଅନ୍ୟ କୋଠରିରେ ଖେଳାଉଥିବା ବେଳେ  ଏଭଳି ହୃଦୟ ବିଦାରକ ଘଟଣା ଘଟିଥିଲା ।

ପଡ଼ୋଶୀ ପହଞ୍ଚି  ବହୁକଷ୍ଟରେ ରାଜେଶ ଓ ରୀମାଙ୍କୁ ଉଦ୍ଧାର କରି ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ରାଜେଶ ଓ ରୀମାଙ୍କୁ ଡାକ୍ତର ମୃତ ଘୋଷଣା  କରିଥିଲେ । ବିଦ୍ୟୁତ୍‌ ସର୍ଟସର୍କିଟରୁ ଘରେ ନିଆଁ ଲାଗିଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି ।  କିନ୍ତୁ ଏତେ ଜୋରରେ ନିଆଁ କିଭଳି ଲାଗିଲା ଏବଂ ସ୍ୱାମୀ-ସ୍ତ୍ରୀ କିପରି ଘରୁ ପଦାକୁ ବାହାରି ପାରିଲେନି  ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ