Masthead

ସଂଗ୍ରାମ ପାତ୍ରଙ୍କ ଅଟକକୁ ନେଇ ବର୍ଷିଲା ବିଜେପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପି ଆଇଟି ସେଲ୍ ସଦସ୍ୟଙ୍କୁ ପୋଲିସ ଅଟକକୁ ନିନ୍ଦା କଲା ବିଜେପି । ସୋସିଆଲ ମିଡିଆରେ ସମାଲୋଚନା ପାଇଁ ଗତକାଲି ରାତିରେ ସଂଗ୍ରାମ ପାତ୍ରଙ୍କୁ ସମ୍ବଲପୁରରେ ଅଟକ ରଖିଛି ପୋଲିସ । ଏହା ଗଣତନ୍ତ୍ରର ଏବଂ ବାକ ସ୍ଵାଧୀନତାର ହତ୍ୟା ବୋଲି କହିଲେ ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ପୂର୍ବରୁ ବି ଏ ସରକାର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନେବାର ଉଦାହରଣ ରହିଛି ।

ଖାଲି ସଂଗ୍ରାମ ନୁହେଁ ପୂର୍ବରୁ ମଧ୍ୟ ଅନେକ ସାମାଜିକ କର୍ମୀଙ୍କୁ ପୋଲିସ ଆକ୍ରୋଶମୂଳକ ଗିରଫ କରିଛି । ରାଜନୈତିକ ସମାଲୋଚନା ଶୁଣିବାକୁ ନାରାଜ ସରକାର । ଶାସନ ଦାୟିତ୍ୱ ନିର୍ବାଚିତ ପ୍ରତିନିଧିମାନଙ୍କ ଠାରୁ ଅଧିକାରୀଙ୍କ ପାଖକୁ ପଳେଇଛି । ଯେଉଁଥିପାଇଁ ବିଜେଡି ସରକାର ରାଜନୈତିକ ସମାଲୋଚନାକୁ ସହିବାକୁ ନାରାଜ । ସାଧାରଣ ଦଫାରେ ଉଠେଇ ନେଇଛନ୍ତି । ସୋସିଆଲ ମିଡିଆରେ ସମାଲୋଚନା କଲେ ଏମିତି ଦଫାରେ ଗିରଫ କରିବା ନେଇ ସରକାର ସ୍ପଷ୍ଟ କରନ୍ତୁ ।

ଏହା ସାଢ଼େ ୪ କୋଟି ଓଡ଼ିଆଙ୍କ ମୁହଁ ବନ୍ଦ ପାଇଁ ଏହି ଉଦ୍ୟମ । ଯଦି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଏମିତି କାର୍ଯ୍ୟନୁଷ୍ଠାନ, ତେବେ ବିଜେପି ନେତ୍ରୀମାନଙ୍କୁ ବିଜେଡିର କର୍ମୀ ଅସଭ୍ୟ ଭାଷାରେ ଗାଳି ଦେଉଥିଲେ ସେମାନଙ୍କ ଉପରେ କାହିଁକି ଚୁପ୍ ସରକାର । ତୁରନ୍ତ ସଂଗ୍ରାମ ପାତ୍ରଙ୍କୁ ଛାଡ଼ିବାକୁ ଦାବି କରିଛି ବିଜେପି । ଏଠି ଏକଛତ୍ରବାଦ, ଡିକ୍ଟେଟର ସରକାର ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା