Masthead

ଆଜି ଭାରତ ଚୀନ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ ଓ ଚୀନ ମଧ୍ୟରେ ଆଜି ହେବ ମିଲିଟାରୀ କମାଣ୍ଡରସ୍ତରୀୟ ବୈଠକ । ଏହି ବୈଠକ ଭାରତୀୟ ସୀମାରେ ଥିବା ଚୁସୁଲ ମୋଲଡା-ବର୍ଡର ପଏଣ୍ଟରେ ଆୟୋଜିତ ହେବ । ଭାରତ ଓ ଚୀନ ମଧ୍ୟରେ ଏଲଏସି ସୀମା ବିବାଦକୁ ନେଇ ଏହା ୧୯ ତମ ସାମରିକ ବୈଠକ । ଅପ୍ରେଲ ୨୩ ତାରିଖରେ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା ।

ଏହାର ୪ ମାସ ପରେ ଆଜି ପୁଣି ବସୁଛି ବୈଠକ । ଚୀନ ସହ ଏଲଏସି ସୀମା ବିବାଦ ଆଲୋଚନାରେ ଲେଫ୍ଟନାଣ୍ଟ ଜେନେରାଲ ରସିମ ବାଲି ଭାରତର ପ୍ରତିନିଧିତ୍ୱ କରିବେ । ଭାରତ –ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଭାରତ ଆପଣାଇଥିଲା ଆକ୍ରମଣାତ୍ମକ ଆଭିମୁଖ୍ୟ ।

ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚୀନ ସହ ଯୁଦ୍ଧ ପାଇଁ ହୋଇଥିଲା ସମସ୍ତ ପ୍ରସ୍ତୁତି । ୨୦୨୦ ଗଲୱାନ ଘାଟି ରକ୍ତାକ୍ତ ସଂଘର୍ଷ ପରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଥିଲା ଭାରତ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପିଟିଆଇକୁ ଦିଆଯାଇଥିବା ରିପୋର୍ଟରେ ଏହି ତଥ୍ୟ ଏବେ ସାମ୍ନାକୁ ଆସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ