Masthead

ସ୍ତ୍ରୀ, ପୁଅଙ୍କୁ ମାରି ସ୍ୱାମୀଙ୍କ ଆତ୍ମହତ୍ୟା

ଛତ୍ରପୁର (ବଡ଼ ଖବର ବ୍ୟୁରୋ): ପାରିବାରିକ ଅଶାନ୍ତିର କରୁଣ ପରିଣତି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଳକ ତଳ ପୁଟବଗଡ଼ ଗ୍ରାମରେ। ଏହି ଗ୍ରାମରେ ସୁଜନ ପ୍ରଧାନ ନିଜ ସ୍ତ୍ରୀ ରୁନି ଓ ୧୦ ମାସର ଶିଶୁ ପୁତ୍ରର ବେକ କାଟି ହତ୍ୟା କରିବା ପରେ ନିଜେ ସେହି ଘରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ବୁଧବାର ସକାଳେ ଉପର ମହଲା ଘରେ ରହୁଥିବା ସୁଜନର ପରିବାରର କୌଣସି ସଦସ୍ୟ ନ ଉଠିବା ହେତୁ ସନ୍ଦେହ କରି ତଳ ମହଲାରେ ରହୁଥିବା ବଡ ଭାଇ ସଦାନନ୍ଦ ପ୍ରଧାନଙ୍କ ପରିବାର ଯାଇ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଲେ। ଏହାପରେ ଚମାଖଣ୍ଡି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଛତ୍ରପୁର ଏସଡିପିଓ ଓ ଅତିରିକ୍ତ ଏସପି ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଦୁଇ ବର୍ଷ ତଳେ ସୁଜନ ଉପର ପୁଟବଗଡର ସ୍ୱର୍ଗତ ଚରଣ ପ୍ରଧାନଙ୍କ ଝିଅ ରୁନି ସହ ବିବାହ କରିଥିଲେ ଓ ତାଙ୍କର ଏହି ଗୋଟିଏ ମାତ୍ର ସନ୍ତାନ ଥିଲା। ଉଭୟଙ୍କ ମଧ୍ୟରେ କଳହ ଲାଗିରହିଥିବା ବେଳେ ମଙ୍ଗଳବାର ଝଗଡା ହୋଇଥିଲା ବୋଲି ପରିବାରର ସଦସ୍ୟମାନେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ