Masthead

ସ୍ତ୍ରୀ, ପୁଅଙ୍କୁ ମାରି ସ୍ୱାମୀଙ୍କ ଆତ୍ମହତ୍ୟା

ଛତ୍ରପୁର (ବଡ଼ ଖବର ବ୍ୟୁରୋ): ପାରିବାରିକ ଅଶାନ୍ତିର କରୁଣ ପରିଣତି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଳକ ତଳ ପୁଟବଗଡ଼ ଗ୍ରାମରେ। ଏହି ଗ୍ରାମରେ ସୁଜନ ପ୍ରଧାନ ନିଜ ସ୍ତ୍ରୀ ରୁନି ଓ ୧୦ ମାସର ଶିଶୁ ପୁତ୍ରର ବେକ କାଟି ହତ୍ୟା କରିବା ପରେ ନିଜେ ସେହି ଘରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ବୁଧବାର ସକାଳେ ଉପର ମହଲା ଘରେ ରହୁଥିବା ସୁଜନର ପରିବାରର କୌଣସି ସଦସ୍ୟ ନ ଉଠିବା ହେତୁ ସନ୍ଦେହ କରି ତଳ ମହଲାରେ ରହୁଥିବା ବଡ ଭାଇ ସଦାନନ୍ଦ ପ୍ରଧାନଙ୍କ ପରିବାର ଯାଇ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଲେ। ଏହାପରେ ଚମାଖଣ୍ଡି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଛତ୍ରପୁର ଏସଡିପିଓ ଓ ଅତିରିକ୍ତ ଏସପି ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଦୁଇ ବର୍ଷ ତଳେ ସୁଜନ ଉପର ପୁଟବଗଡର ସ୍ୱର୍ଗତ ଚରଣ ପ୍ରଧାନଙ୍କ ଝିଅ ରୁନି ସହ ବିବାହ କରିଥିଲେ ଓ ତାଙ୍କର ଏହି ଗୋଟିଏ ମାତ୍ର ସନ୍ତାନ ଥିଲା। ଉଭୟଙ୍କ ମଧ୍ୟରେ କଳହ ଲାଗିରହିଥିବା ବେଳେ ମଙ୍ଗଳବାର ଝଗଡା ହୋଇଥିଲା ବୋଲି ପରିବାରର ସଦସ୍ୟମାନେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ