Masthead

କରୋନା ଫିକା କରିଲା ପାର୍ବଣ ବଜାର

ଉଲୁଣ୍ଡା (ବଡ଼ ଖବର ବ୍ୟୁରୋ): କରୋନା ଯୋଗୁଁ ଏ ବର୍ଷ ଫିକା ପଡ଼ିଛି ପୂଜା ତଥା ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଖାଇ ବଜାର। ଆଗକୁ ଗଣେଶ ପୂଜା, ଦୁର୍ଗା ପୂଜା, କାଳୀ ପୂଜା ରହିଥିବାବେଳେ ମୂର୍ତ୍ତି କାରିଗର ତଥା କୁମ୍ଭାର ମାନଙ୍କର ଚାହିଦା ଲାଗିବାର ରହିଛି। କିନ୍ତୁ କରୋନା କଟକଣା ଯୋଗୁଁ ସବୁ ପୂଜା ପାର୍ବଣ ସୀମିତ ଭକ୍ତ କରୋନା କଟକଣାରେ ପାଳିତ ହେବାକୁ ଯାଉଥିବାବେଳେ ଏମାନଙ୍କର ବେପାର ଫିକା ପଡ଼ିଛି। ନା ଲୋକେ ଆସୁଛନ୍ତି ମୂର୍ତ୍ତି କିଣିବାକୁ ନା ଲୋକେ ଆସୁଛନ୍ତି ମାଟି ହାଣ୍ଡି କିଣିବାକୁ।

ସେଥିପାଇଁ ଦୁର୍ଦ୍ଦିନରେ ରହିଛନ୍ତି କୁମ୍ଭାର ପରିବାର ଓ ମୂର୍ତ୍ତି କାରିଗର। ଏ ଦୃଶ୍ୟ ହେଉଛି ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଣ୍ଡୋଲର କାରିଗର । ଆଗକୁ ଆସୁଛି ଗଣେଶ ପୂଜା ସହ ବହୁତ ପର୍ବପର୍ବାଣୀ। ସଜେଇ ହୋଇଥାଏ ଗ୍ରାମାଞ୍ଚଳଠୁ ସାରା ସହର ଯାଏଁ। ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ବହୁତ ମୂର୍ତ୍ତି କାରିଗର ଅଛନ୍ତି। ଏମାନେ ମୂର୍ତ୍ତି ସହ ମାଟିର ହାଣ୍ଡି, ମାଠିଆ, ଦୀପ ଇତ୍ୟାଦି ତିଆରି କରିଥାନ୍ତି।

କିନ୍ତୁ ଚଳିତ ବର୍ଷ ପଡ଼ିଛି ଫିକା, କରୋନା କଟକଣା ରେ ମୂର୍ତ୍ତି ତିଆରି କରୁଛନ୍ତି କାରିଗର ଫଳରେ ଦୁଇ ପଇସା ପାଉଥିବା କାରିଗର ମାନେ ନିରାଶ ହେଉଛନ୍ତି। ଏହି ଉଲୁଣ୍ଡା ବ୍ଲକରେ ବହୁତ୍ କୁମ୍ଭାର ପରିବାର ମୂର୍ତ୍ତି ତିଆରି କରି ପରିବାର ପୋଷଣ କରିଥାନ୍ତି। କିନ୍ତୁ କରୋନା ପାଇଁ ବେପାର ମାନ୍ଦା ରହିଥିବାରୁ ଦୁଃଖରେ ଅଛନ୍ତି ମୂର୍ତ୍ତି କାରିଗରମାନେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ