ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଦରଦାମ ବୃଦ୍ଧି ଯୋଗୁଁ ଲୋକଙ୍କ ମଧ୍ୟରେ ଲାଗିରହିଛି ଅସନ୍ତୋଷ । ଅଟା ଠାରୁ ଆରମ୍ଭ କରି ପେଟ୍ରୋଲ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ଆକାଶ ଛୁଆଁ ହୋଇଛି । ଅଟା କେଜି ୧୪୬ ରୁ ୧୫୦ କୁ ବୃଦ୍ଧି ପାଇଛି । ସେହିପରି ଚାଉଳ ୧୧୪ ଟଙ୍କାରୁ ବୃଦ୍ଧି ପାଇ ୩୫୦ ଟଙ୍କାରେ ପହଞ୍ଚିଛି ।  ଲୋକେମାନେ ଏବେ ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ଏମିତିକି ଚୋରି କରିବା ପାଇଁ ମଧ୍ୟ ପଛାଉନାହାନ୍ତି । ନାମୀଦାମୀ ଜିନିଷ ନୁହେଁ, କେଉଁଠି ମୟୂର ଚୋରି କରାଯାଇଛି ତ କେଉଁଠି ମଟନ କୋର୍ମା ଲୁଟ କରୁଛନ୍ତି ଲୋକେ ।

ଦୁଇଦିନ ତଳେ ପାକିସ୍ତାନ ଲାହୋର ଜଣେ କମାଣ୍ଡରଙ୍କ ଘରୁ ଲୋକେ କେତେକ ମୟୂରଙ୍କୁ ଚୋରାଇ ନେଇଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକେ ମଟନ କୋର୍ମା, ସସ୍, ସାଲାଡ ଆଦି ଚୋରାଇ ନେବାର ଭିଡିଓ ଭାଇରାଲ ହେବାର ଲାଗିଛି । ଏହାଛଡ଼ା ମସଲା, ଦହି, ଆଇସକ୍ରିମ, ମିଠାଦହି ଆଦି ଲୁଟିବା ବି ଦେଖାଯାଉଛି । ଖାଦ୍ୟାଭାବରେ ଜର୍ଜରିତ ପାକିସ୍ତାନ ଲୋକେ ଅଟା ବୋହି ନେବାର ଦୃଶ୍ୟ କିଛିଦିନ ତଳେ ଭାଇରାଲ ହୋଇଥିଲା । ସେପଟେ ଇମ୍ରାନଙ୍କ ଗିରଫଦାରୀକୁ ନେଇ ହିଂସାରେ ଜଳୁଛି ପାକିସ୍ତାନ ।

ଏହି ହିଂସା ଭିତରେ ମଧ୍ୟ ଲୁଟ କରିବାକୁ ଲୋକେ ପଛାଇ ନାହାନ୍ତି । କମାଣ୍ଡରଙ୍କ ଘରେ ପଶି, ରୋଷେଇ ଘରେ ଥିବା ସମସ୍ତ ଜିନିଷ ଲୁଟି ନେଇଛନ୍ତି। ଘରର ସାମଗ୍ରୀ ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ପର୍ୟ୍ୟନ୍ତ ସବୁକିଛି ଲୁଟି ନେଇଥିଲେ । ଜଣେ ବୟସ୍କ ବ୍ୟକ୍ତିଙ୍କ ହାତରେ ମଟନ କୋରମା, ଭେଣ୍ଡି ଭଜା ଥିବା ବେଳେ ଅନ୍ୟ ବ୍ୟକ୍ତିଙ୍କ ହାତରେ ଟମାଟୋ ସସ୍, ସାଲଡ୍, ଷ୍ଟବେରୀ, ଦହି, ମସଲା, ଆଇସକ୍ରିମ ଆଦି ଖାଦ୍ୟ ସାମଗ୍ରୀ ଥିବା ଦେଖିବାକୁ ମିଳିଛି । ଏମିତି କି ଘରେ ଥିବା ମୟୂର ଛୁଆକୁ ମଧ୍ୟ ଲୋକମାନେ ଛାଡିନାହାନ୍ତି। ଅବସରପ୍ରାପ୍ତ ମେଜର ଗୌରବ ଆର୍ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପାକିସ୍ତାନର ଏହି ଦୟନୀୟ ସ୍ଥିତିର ଏକ ଭିଡିଓ ସେୟାର କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ