Masthead

ଲୋକସଭା ନିର୍ବାଚନ ଲଢ଼ିବାକୁ ମୋ ପାଖରେ ଟଙ୍କା ନାହିଁ: ର୍ନିମଳା ସୀତାରମଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକସଭା ନିର୍ବାଚନ ଲଢ଼ିବାକୁ ମନାକଲେ ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ । ବିଜେପି ଚାହୁଁଥିଲା ଯେ ସେ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡୁରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ। ହେଲେ ପାଖରେ ନିର୍ବାଚନ ଲଢ଼ିବାକୁ ଟଙ୍କା ନ ଥିବା କହି ସେ ଏହାକୁ ଏଡାଇ ଯାଇଛନ୍ତି। ଏପରିକି ଦଳ ତାଙ୍କର ନିଷ୍ପତ୍ତିକୁ ଗ୍ରହଣ କରିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, “ପ୍ରସ୍ତାବ ମିଳିବା ପରେ ମୁଁ ପ୍ରାୟ ୭ରୁ ୧୦ ଦିନ ଚିନ୍ତା କରିଥିଲି। ଏହାପରେ ମୋ ଉତ୍ତର ଥିଲା ସମ୍ଭବତଃ ନା।

ଆନ୍ଧ୍ର ପ୍ରଦେଶ ହେଉ କିମ୍ବା ତାମିଲନାଡୁରେ ମୋର ମଧ୍ୟ ଗୋଟିଏ ସମସ୍ୟା ରହିଛି। ବିଜୟୀ ହେବା ପାଇଁ ସେଠାରେ ଅନେକ ପ୍ରକାରର ପ୍ରଶ୍ନ ରହିଛି। ସେମାନେ ଅନେକ କାରଣ ଖୋଜନ୍ତି। ଆପଣ କେଉଁ ସଂପ୍ରଦାୟର କିମ୍ବା ଆପଣଙ୍କ ଧର୍ମ କ’ଣ? ଆପଣ ସେଠାରୁ ଆସିଛନ୍ତି କି? ଏମିତି କେତେ କ’ଣ ପ୍ରଶ୍ନ ରହିଛି। ତେଣୁ ମୁଁ ମନା କରି ଦେଇଛି। କାରଣ ମୁଁ ଏସବୁ କରିପାରିବି ନାହିଁ। ସେମାନେ ମୋ ଯୁକ୍ତିକୁ ଗ୍ରହଣ କରିଥିବାରୁ ମୁଁ ବେଶ କୃତଜ୍ଞ। ତେଣୁ ମୁଁ ନିର୍ବାଚନ ଲଢ଼ୁ ନାହିଁ। ଦେଶର ଅର୍ଥ ମନ୍ତ୍ରୀଙ୍କ ପାଖରେ କ’ଣ ନିର୍ବାଚନ ଲଢ଼ିବାକୁ ଟଙ୍କା ନାହିଁ ବୋଲି ପ୍ରଶ୍ନରେ ସେ କହିଛନ୍ତି, ମୋ ଦରମା ମୋ ଆୟ। ମୋ ସେଭିଂଗ ମୋ ଟଙ୍କା। ଭାରତର ଟଙ୍କା ମୋର ନୁହେଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ