ଦୁଷ୍କର୍ମକାରୀ ଚମ୍ପଟ ମାମଲା: ୩ ପୋଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ଆରଜିଏଚରେ ପୋଲିସ ହେପାଜତରୁ ଦୁଷ୍କର୍ମକାରୀ କିଶୋର ଦାସ ଓରଫ ଜଟ ‌ଚମ୍ପଟ ମାରିବା ଘଟଣା। ରାଉରକେଲା ଏସପି ମୁକେଶ କୁମାର ଭାମୁ ଘଟଣାକୁ ଗୁରୁତର ସହ ନେଇଛନ୍ତି। କାର୍ୟ୍ୟରେ ଅବହେଳା ପାଇଁ ଏସପି ଶ୍ରୀ ଭାମୁ ଛେଣ୍ଡର ତିନି ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ଲିଲମ୍ବିତ ହୋଇଥିବା ୩ ପୋଲିସ କର୍ମଚାରୀ ହେଲେ ହାବିଲଦାର ନିରଞ୍ଜନ ସାହୁ, ଦୁଇ କନେଷ୍ଟବଳ ଉମ୍ଳାନ ମିଞ୍ଜ ଓ କେ.ସି. ଦାସ। କେଉଁ ପରିସ୍ଥିତିରେ ନିଲମ୍ବିତ ତିନି ପୋଲିସ କର୍ମଚାରୀଙ୍କ ହେପାଜରୁ ଦୁଷ୍କର୍ମକାରୀ ଜଟ ଫେରାର ହେଲା ପୋଲିସ ତା’ର ତଦନ୍ତ କରୁଛି। ରଘୁନାଥପାଲୀ ପୋଲିସ ମଧ୍ୟ ଅନୁରୂପ ଦନନ୍ତ ଜାରି ରଖିଥିଲେ ହେଁ ଅଦ୍ୟାବଧି ଜଟର କୌଣସି ସନ୍ଧାନ ପାଇପାରି ନାହିଁ ପୋଲିସ। ଅଭିଯୁକ୍ତ ଜଟ ଫେରାର ହୋଇଥିବା ଜାଣିବା ପରେ ଜୀବନ ବଞ୍ଚାଇବା ଭୟରେ ପୀଡିତା ମହିଳା ଘରେ ତାଲା ମାରି ସହର ଛାଡି ପଳାଇଛନ୍ତି।

ସୂଚନାଥାଉକି, ଗତ ଦୁଇ ଦିନ ପୂର୍ବରୁ କଳିଙ୍ଗବିହାର ବନପୋଷ ଅଞ୍ଚଳର ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଛେଣ୍ଡ ପୋଲିସ କିଶୋର ଦାସ ଓରଫ ଜଟକୁ ଗିରଫ କରିଥିଲା। ହାବିଲଦାର ନିରଞ୍ଜନ, ଦୁଇ କନେଷ୍ଟବଳ ଉମ୍ଳାନ ମିଞ୍ଜ ଓ କେ.ସି. ଦାସ ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଜଟକୁ ଆରଜିଏଚକୁ ଡାକ୍ତରୀମାଇନା ପାଇଁ ନେଇଥିଲେ। ଡାକ୍ତରୀମାଇନା ସରିବା ପରେ ଜଟ ଡାକ୍ତରଖାନାରୁ ତିନି ପୋଲିସଙ୍କ ସହ ବାହାରିଥିଲେ। ହଠାତ୍‌ ପୋଲିସ ହେପାଜରୁ ଖସି ଜଟ ସମ୍ପର୍କିୀୟଙ୍କ ବୁଲେଟରେ ବସି ଚମ୍ପଟ ମାରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’