ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିରୁ ନିଲମ୍ୱନ ପରେ ପ୍ରଫୁଲ୍ଲ ସାମଲଙ୍କ ପ୍ରତିକ୍ରିୟା । ମୁଁ ଇସ୍ତଫା ଦେବା ପରେ ମୋତେ ସସପେଣ୍ଡ କରାଯାଇଛି । ମୁଁ ନିଜର ବ୍ୟକ୍ତିଗତ କାରଣରୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଉପସଭାପତି ଦେବୀ ମିଶ୍ରଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲି। ଏହି ଇସ୍ତଫା ପତ୍ର ପାଇବା ପରେ ନିଲମ୍ବନ କରାଯାଇଥିବା କହୁଛନ୍ତି। ଦଳକୁ ସୁରକ୍ଷିତ ଭାବେ ରଖିବା ପାଇଁ ଆକ୍ସନ୍ ନେଇଥାଇପାରନ୍ତି । ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କୁ ଜଣାଇଥିଲି ବୋଲି କହିଛନ୍ତି ପ୍ରଫୁଲ୍ଲ । ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ବି ଦଳ ବିରୋଧରେ ନିୟମିତଭାବେ ଅସନ୍ତୋଷ ଝାଡ଼ିଚାଲିଥିଲେ।

ବିଜେଡି ଠିକ୍ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି ବୋଲି ସେ ରୋକ୍ଠୋକ୍ କହିଥିଲେ। ମୁଁ ଏବେ ବିଜେଡିରେ ଅଛି। କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନି। ଆଗକୁ ଦଳ ଯଦି ଠିକ ଢଙ୍ଗରେ ନ ଚାଲିବ ତା’ହେଲେ ଦଳ ଠାରୁ ଦୂରେଇଯିବି। ଦଳ ଆଉ ପୂର୍ବ ବିଚାରଧାରାରେ ନାହିଁ। ଦଳକୁ ସଙ୍ଗଠିତ କରିବାକୁ କିଛି ପରାମର୍ଶ ଦେଇଥିଲୁ। ରାଜନୈତିକ ବ୍ୟାପାର କମିଟି ଓ ଶୃଙ୍ଖଳା କମିଟି ଭଳି ଦୁଇଟି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଅନ୍ୟ ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରାଯାଇନି। ମୋ ସହିତ କେହି ଆଲୋଚନା କରିନାହାନ୍ତି କି ମୁଁ କାହାକୁ ଭେଟିନି। ଏବେ ନୂଆ ବିଜେଡି ଗଠନର ସମୟ ନୁହେଁ। ପୁରୁଣା ବିଜେଡିକୁ ଠିକ୍ ଭାବେ ଚଳାଇବାକୁ ପଡ଼ିବ।ସେପଟେ ନିଲମ୍ୱନ ନେଇ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି ଦଳ ଆମ ପାଇଁ ବଡ଼, ବ୍ୟକ୍ତି ନୁହେଁ । ଦଳରେ ନାହାନ୍ତି ବୋଲି କହୁଥିଲେ ପ୍ରଫୁଲ୍ଲ କୁମାର ମଲ୍ଲିକ । ଟେଲିଫୋନରେ ଇସ୍ତଫା ନେଇ ପ୍ରଦୀପ ଅମାତଙ୍କୁ ଜଣାଇଥିଲେ ।
