ରେଲୱେ ମାନଚିତ୍ରରେ ଯୋଡ଼ି ହେଲା ମିଜୋରାମ

ମିଜୋରାମ (ବଡ଼ ଖବର ବ୍ୟୁରୋ): ମିଜୋରାମକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଭେଟି । ରେଲୱେ ମାନଚିତ୍ରରେ ଯୋଡ଼ି ହେଲା ମିଜୋରାମ । ୧୨୭ ବର୍ଷରେ ମିଜୋରାମରେ ଗଡ଼ିଲା ପ୍ରଥମ ଟ୍ରେନ୍‌ । ମିଜୋରାମରେ ପ୍ରଥମ ରେଲୱେ ଲାଇନ୍‌ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ବୈରାବୀ-ସୈରାଙ୍ଗ ରେଲୱେ ଲାଇନ ଉଦ୍‌ଘାଟନ କଲେ । ୩ଟି ନୂଆ ଏକ୍ସପ୍ରେସ୍‌ ଟ୍ରେନ୍‌ର ବି ଶୁଭାରମ୍ଭ କଲେ । ମିଜୋରାମରେ ପ୍ରଥମ ରେଲୱେ ଲାଇନ୍‌ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ମିଜୋରାମବାସୀଙ୍କ ପାଇଁ ଆଜିର ଦିନ ଐତିହାସିକ ଦିନ କହିଲେ ମୋଦି । ପ୍ରଧାନମନ୍ତ୍ରୀ ମୋଦୀ ମିଜୋରାମରେ କହିଛନ୍ତି ଯେ ଏହା ଦେଶ ପାଇଁ, ବିଶେଷକରି ମିଜୋରାମବାସୀଙ୍କ ପାଇଁ ଏକ ଐତିହାସିକ ଦିନ।

ଆଜିଠାରୁ ଆଇଜଲକୁ ଭାରତର ରେଳ ମାନଚିତ୍ରରେ ଯୋଡା ଯାଇଛି। ମୁଁ ମିଜୋରାମର ଲେଙ୍ଗପୁଇ ବିମାନବନ୍ଦରରେ ଅଛି। ଦୁର୍ଭାଗ୍ୟବଶତଃ, ଖରାପ ପାଗ ଯୋଗୁଁ ମୁଁ ଆପଣଙ୍କ ମଧ୍ୟରେ ଆଇଜୋଲ ଆସିପାରିଲି ନାହିଁ, କିନ୍ତୁ ଏହି ମାଧ୍ୟମରେ ମଧ୍ୟ ମୁଁ ଆପଣଙ୍କ ପ୍ରେମ ଏବଂ ସ୍ନେହ ଅନୁଭବ କରୁଛି।” ଅଧିକାରୀମାନେ କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦି ହେଲିକପ୍ଟର ଯୋଗେ ଲେଙ୍ଗପୁଇ ବିମାନବନ୍ଦରରୁ ଆଇଜୋଲର ଲାମୁଆଲ ଗ୍ରାଉଣ୍ଡରେ ପହଞ୍ଚିପାରିନଥିଲେ। ଏହି କାରଣରୁ, ସେ ବିମାନବନ୍ଦରରୁ ହିଁ ରେଳ ଲାଇନର ଉଦଘାଟନ କରିଥିଲେ। ମିଜୋରାମ ପରେ, ପ୍ରଧାନମନ୍ତ୍ରୀ ମୋଦି ମଣିପୁର ଗସ୍ତ କରିବେ। ଏଠାରେ ସେ ୮୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’