Masthead

‘ମୁଁ ବଞ୍ଚିବାକୁ ଚାହେଁ, ଦୟା କରନ୍ତୁ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଶା ଥିଲା ପୁଅ ବଡ ହୋଇ ପାଠ ପଢି ଭଲ ଚାକିରି କରିବ । ବାପ- ମାଆଙ୍କ ଦୁଃଖ ଦୂର କରିବ । ପରିବାରର ଦାୟିତ୍ୱ ନିଜ କାନ୍ଧକୁ ନବ । ବାପା-ମାଆ ଦେଖିଥିବା ସ୍ୱପ୍ନକୁ ସାକାର କରିବ । ଆଉ ସେମିତି ହିଁ ହେଲା । ଆମେ କହୁଛୁ ଭୁବନେଶ୍ୱରସ୍ଥିତ କୋଳଥିଆ ଅଞ୍ଚଳର ରୋଶନ ମିଶ୍ରଙ୍କ କଥା । ରୋଶନ ପିଲାବେଳୁ ମେଧାବୀ ଥିଲେ । ରେଶନଙ୍କ ବାପା ବେସରକାରୀ କମ୍ପାନୀରେ କାମ କରୁଥିଲେ । ରୋଶନ ତାଙ୍କ ପରିବାରର ଏକ ମାତ୍ର ସନ୍ତାନ । ପିଲାଟି ବେଳୁ ରୋଶନଙ୍କର ପଢା ପ୍ରତି ଆଗ୍ରହ ଦେଖି ବାପା-ମାଆ ଭାବିଥିଲେ ଯେ ପୁଅ ଦୁଃଖ ନିଶ୍ଚୟ ଦୂର କରିବ ।

ବାର୍ଦ୍ଧକ୍ୟ ବେଳେ ସେମାନଙ୍କର ସାହାରା ହେବ । ଆଉ ସେମିତି ହିଁ ହେଲା, ଯୁକ୍ତଦୁଇ ପରେ ରୋଶନ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିଲେ । ସବୁକିଛି ଠିକ୍ ଚାଲିଥିଲା । ହେଲେ ଦଇବ ସହିଲାନି । ହଠାତ୍ ରୋଶନଙ୍କ ଜୀବନରେ ମାଡିଆସିଲା କଳାବାଦଲ । ହସଖୁସିର ପରିବାର ଉପରେ ଛିଡି ପଡିଲା ଦୁଃଖର ପାହାଡ । ୨୩ ବର୍ଷିୟ ରୋଶନ ହଠାତ୍ ଅସୁସ୍ଥ ହୋଇ ପଡିଲେ । ପରୀକ୍ଷା ନିରୀକ୍ଷା ପରେ ଜଣାପଡିଲା ତାଙ୍କୁ ବ୍ରେନକ୍ୟାନ୍ସର ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ସମୟରେ ଡାକ୍ତର ଉନ୍ନତ ଚିକିତ୍ସା ପାଇଁ ଚେନ୍ନାଇ ରେଫର କରିଛନ୍ତି । ରୋଶନଙ୍କୁ ପ୍ରୋଟନ ବିମ ଥେରାପିର ଆବଶ୍ୟକତା ରହିଛି । ୩୦ ଲକ୍ଷ ଟଙ୍କା ଦରକାର ।

ଏହା ଜାଣିବା ପରେ ରୋଶନଙ୍କର ବାପା-ମାଆ ଭାଙ୍ଗିପଡିଛନ୍ତି । ପରିବାରରେ ରୋଜଗାରିଆ କହିଲେ କେବଳ ରୋଶନ | ଶଯ୍ୟାଶାୟୀ ହେଲା ଦିନରୁ ପରିବାରରୁ ହସଖୁସି ଉଭେଇ ଯାଇଛି । । ପୁଅର ଚିକିତ୍ସା ପାଇଁ ଏତେ ଗୁଡାଏ ଟଙ୍କା ଯୋଗାଡ କରିବା ପରିବାର ପକ୍ଷେ ସମ୍ଭବ ନୁହେ । ତେଣୁ ପରିବାର ଲୋକେ ସରକାରଙ୍କ ଠାରୁ ସାହାଯ୍ୟ ମାଗିଥିଲେ । ବର୍ତ୍ତମାନ ସୁଧା ସରକାରଙ୍କ ତରଫରୁ ତାଙ୍କୁ ୩ଲକ୍ଷ ଟଙ୍କା ମିଳିଛି । କିନ୍ତୁ ଏବେ ବି ଆହୁରି ୨୭ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ଯଦି କେହି ରେଶନଙ୍କୁ ଏହି ଦୁଃଖଦ ପରିସ୍ଥିତିରେ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଦିଆଯାଇଥିବା ଫୋନ ନମ୍ବରରେ ଯୋଗାଯୋଗ କରିପାରିବେ । କିମ୍ବା ଦିଆଯାଇଥିବା ଆକାଉଣ୍ଟ ନମ୍ବର ବା ଫୋନ ପେ ନମ୍ବରରେ ମଧ୍ୟ ସହଯୋଗ ପଠାଇ ପାରିବେ । ଫୋନ ପେ ନମ୍ବର- ୯୪୩୮୧୨୩୬୩୩,
ଆକାଉଣ୍ଟ ନମ୍ବର- ୧୪୮୦୧୦୧୦୦୦୬୩୫୪୭
ଆଇଏଫଏସସି ନମ୍ବର-UBIN୦୮୧୪୮୦୬

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ