Masthead

ଜାଣନ୍ତୁ କିଏ ସାମିଲ ହେଲେ ଓ କିଏ ବାଦ ପଡ଼ିଲେ….

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):: ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର କ୍ୟାବିନେଟରେ ବଡ଼ଧରଣର ଅଦଳବଦଳ ହେବାକୁ ଯାଉଛି। ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଟିମ୍‌ରେ ୪୩ ଜଣ ସଦସ୍ୟ ପଦ ଓ ଗୋପନୀୟତାର ଶପଥ କରିବେ।ଏହାପୂର୍ବରୁ ଅନେକ ହେଭିୱେଟ ମନ୍ତ୍ରୀ ପଦ ଛାଡ଼ିବା ଆରମ୍ଭ କରିଛନ୍ତି। ଏହି ହେଭିୱେଟଙ୍କ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ, ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ, ଓଡ଼ିଶାର ପ୍ରତାପ ଷଡ଼ଙ୍ଗୀ ଓ ପରିବେଶ ବିଭାଗର ରାଷ୍ଟ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଅଛନ୍ତି।

ସେହିପରି କିଛି ରାଷ୍ଟ୍ରମନ୍ତ୍ରୀଙ୍କୁ ପଦୋନ୍ନତି ମଧ୍ୟ ମିଳିଛି। ତେବେ ବିଦା ହୋଇଥିବା ମନ୍ତ୍ରୀ ଡା ହର୍ଷବର୍ଦ୍ଧନ(ସ୍ୱାସ୍ଥ୍ୟମନ୍ତ୍ରୀ), ବାବୁଲ ସୁପ୍ରିଓ(ପରିବେଶ ରାଷ୍ଟ୍ରମନ୍ତ୍ରୀ), ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ( ଏମଏସ୍ଏମଇ ରାଷ୍ଟ୍ରମନ୍ତ୍ରୀ), ରମେଶ ପୋଖରିୟାଲ ନିଶଙ୍କ(ଶିକ୍ଷା ମନ୍ତ୍ରୀ), ସନ୍ତୋଷ ଗଙ୍ଗୱାର(ଶ୍ରମ ରାଷ୍ଟ୍ରମନ୍ତ୍ରୀ), ଥାୱରଚାନ୍ଦ ଗେହଲଟ(ସାମାଜିକ ନ୍ୟାୟ ମନ୍ତ୍ରୀ), ସଦାନନ୍ଦ ଗୌଡ଼ା(ସାର ଓ ରସାୟନ ମନ୍ତ୍ରୀ), ସଞ୍ଜୟ ଧୋତ୍ରେ(ଶିକ୍ଷା ରାଷ୍ଟ୍ରମନ୍ତ୍ରୀ), ରାଓ ସାହେବ ଧାନଭେ ପାଟିଲ( ଖାଉଟି ବ୍ୟାପର ରାଷ୍ଟ୍ରମନ୍ତ୍ରୀ), ଦେବଶ୍ରୀ ଚୌଧୁରୀ(ଶିଶୁ ଓ ମହିଳା ବିକାଶ ରାଷ୍ଟ୍ରମନ୍ତ୍ରୀ), ରତନ ଲାଲ କଟାରିଆ(ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ), ଅଶ୍ୱିନୀ କୁମାର ଚୌବେ(ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ) । ତେବେ ସାମିଲ ହେବେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ବିଶ୍ୱେଶ୍ୱର ଟୁଡୁ, ଅଶ୍ୱିନୀ ବୈଷ୍ଣବ, ନାରାୟଣ ରାଣେ, ଅନୁପ୍ରିୟା ପଟେଲ, କପିଲ ପଟେଲ, ମୀନାକ୍ଷୀ ଲେଖି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼