Masthead

‘ଯଦି ଅଜିତ ପାୱାର ଫେରନ୍ତି, ବହୁତ ଖୁସି ହେବି’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):   ମହାରାଷ୍ଟ୍ରରେ ରାଜନୈତିକ କମ୍ପନ। ଏକନାଥଙ୍କ ସରକାରରେ ଅଜିତ ପାୱାର ଯୋଗ ଦେବା ପରେ ମହାରାଷ୍ଟ୍ର ରାଜନୀତିରେ ଦେଖା ଦେଇଛି ହଟଚମଟ । ଖାଲି ଅଜିତ ନୁହନ୍ତି ଦଳର ୮ ଜଣ ବିଧାୟକ ଏକନାଥ ସିନେ୍ଦଙ୍କ ଗୋଷ୍ଠୀରେ ଯୋଗ ଦେଇଛନ୍ତି । ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ଶରଦ ପାୱାରଙ୍କ ବିଶ୍ୱସ୍ଥ ଛଗନ ଭୁଜବଳ ମଧ୍ୟ ଅଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେ ।

ସେ କହିଛନ୍ତି ଅଜିତ୍ ପାୱାରଙ୍କ ପ୍ରତି ସର୍ବଦା ତାଙ୍କ ଭଲପାଇବା ରହିଛି । ତାଙ୍କ ସହ କୌଣସି ମତଭେଦ ନାହିଁ । ଯଦି ଅଜିତ ପାୱାର ଫେରନ୍ତି, ବହୁତ ଖୁସି ହେବି । ଅଜିତ ପାୱାର ଏବେବି ମୋ ଭାଇ ହୋଇ ରହିଛନ୍ତି । ଆଗକୁ ମଧ୍ୟ ସର୍ମ୍ପକ ଭଲ ରହିବ । ଏନସିପି ହେଉଛି ଆମ ପରିବାର । ଶରଦ ପାୱାର ସମସ୍ତଙ୍କୁ ନିଜ ଛୁଆ ଭଳି ଦେଖନ୍ତି । ଆଜି ଯେଉଁ ବିବାଦ ଦେଖାଦେଇଛି ତାର କିଛି କାରଣ ଥାଇ ପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ