Masthead

ପ୍ରକାଶ ପାଇଲା ଆଇସିସି ର‌୍ୟାଙ୍କିଙ୍ଗ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଛି ଆଇସିସିର ସଦ୍ୟ ଟେଷ୍ଟ ବ୍ୟାଟ୍ସମ୍ୟାନ, ବୋଲର ଓ ଅଲରାଉଣ୍ଡର ତାଲିକା । ଏହି ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ସ୍ଥାନକୁ ଉଠିଚନ୍ତି । କୋହଲି ୮୮୬ ରେଟିଂ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପ୍ରଥମ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍ । ସେ ୯୧୧ ରେଟିଂ ସହ ପ୍ରଥମ ସ୍ତାନରେ ରହିଚନ୍ତି । ତୃତୀୟ ସ୍ଥାନରେ ନ୍ୟୁଜଲ୍ୟାଣ୍ଡ ଅଧିନାୟକ କେନ ୱିଲିୟମସନ ୮୭୭ ରେଟିଂ ସହ ତୃତୀୟ ସ୍ଥାନରେ ଥିବା ବେଳେ  ଲାବୁସାନେ ୮୨୭ ରେଟିଂ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ୭୬୬ ରେଟିଂ ସହ ସପ୍ତମ ସ୍ଥାନରେ ଥିବା ବେଳେ ୭୨୬ ରେଟିଂ ସହ ଦଶମ ସ୍ଥାନରେ ରହିଚନ୍ତି ଆଜିଙ୍କେ ରାହାନେ ।

ଅନ୍ୟପଟେ ଟେଷ୍ଟରେ ଟପ୍ ଟେନ ବୋଲର ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ । ସେ ୯୦୪ ରେଟିଂ ପାଇ ପ୍ରଥମ ସ୍ଥାନରେ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ଅଚନ୍ତି ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ । ସେ ୮୪୫ ରେଟିଂ ପାଇଛନ୍ତି । ସେହିପରି ନିଲ ୱାଗନର, ଟିମ ସାଉଦି, କଗିସୋ ରାବଡା ଟଥାକ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି । ଟପ୍ ଟେନ୍ ବୋଲର ତାଲିକାରେ ଭାରତୀୟ ବୋଲର ଯଶପ୍ରୀତ ବୁମ୍ରା ୭୭୯ ରେଟିଂ ସହ ଅଷ୍ଟମ ଓ ୭୫୬ ରେଟିଂ ସହ ଦଶମ ସ୍ଥାନରେ ରହିଛନ୍ତି ରବି ଚନ୍ଦ୍ରନ ଅଶ୍ୱନୀ । ବୋଲର ତାଲିକାରେ ଷଷ୍ଠ ସ୍ଥାନରେ ଅଛନ୍ତି ମିଚେଲ ଷ୍ଟାର୍କ, ସପ୍ତମ ସ୍ଥାନରେ ଅଛନ୍ତି ଜେମସ୍ ଆଣ୍ଡ୍ରୁସନ ଓ ନବମ ସ୍ଥାନରେ ଅଛନ୍ତି ଜୋସ୍ ହେଜେଲଉଡ । ସେହିପରି ଭାବରେ ଟପ୍ ଟେନ୍ ଅଲରାଉଣ୍ଡର ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ୍ । ସେ ୪୪୬ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି ।

ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଜାସୋନ ହୋଲଡର । ସେ ୪୨୩ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଚନ୍ତି । ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୩୯୭ ରେଟିଂ ସହ ତୃତୀୟ ସ୍ଥାନ ରହିଛନ୍ତି । ଚତୁର୍ଥରେ ୩୬୬ ରେଟିଂ ସହ ଶକିବ୍ ଉଲ ହାସନ, ପଞ୍ଚମରେ ୨୯୮ ରେଟିଂ ସହ ମିଚେଲ ଷ୍ଟାର୍କ ରହିଛନ୍ତି । ଭାରତୀୟ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱନୀ ୨୮୧ ରେଟିଂ ସହ ଷଷ୍ଠ ସ୍ଥାନରେ ରହିଛନ୍ତି । କ୍ରିସ୍ ୱେକ୍ସ, କଲିନ ଡି ଗ୍ରାଣ୍ଡହୋମ, ପ୍ୟାଟ କମିନ୍ସ ଓ ଷ୍ଟୁଆର୍ଟ ବ୍ରଡ ଯଥାକ୍ର୍ରମେ ସପ୍ତମ, ଅଷ୍ଟମ, ନବମ ଓ ଦଶମ ସ୍ଥାନରେ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା