Masthead

ପ୍ରକାଶ ପାଇଲା ଆଇସିସି ର‌୍ୟାଙ୍କିଙ୍ଗ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଛି ଆଇସିସିର ସଦ୍ୟ ଟେଷ୍ଟ ବ୍ୟାଟ୍ସମ୍ୟାନ, ବୋଲର ଓ ଅଲରାଉଣ୍ଡର ତାଲିକା । ଏହି ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ସ୍ଥାନକୁ ଉଠିଚନ୍ତି । କୋହଲି ୮୮୬ ରେଟିଂ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପ୍ରଥମ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍ । ସେ ୯୧୧ ରେଟିଂ ସହ ପ୍ରଥମ ସ୍ତାନରେ ରହିଚନ୍ତି । ତୃତୀୟ ସ୍ଥାନରେ ନ୍ୟୁଜଲ୍ୟାଣ୍ଡ ଅଧିନାୟକ କେନ ୱିଲିୟମସନ ୮୭୭ ରେଟିଂ ସହ ତୃତୀୟ ସ୍ଥାନରେ ଥିବା ବେଳେ  ଲାବୁସାନେ ୮୨୭ ରେଟିଂ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ୭୬୬ ରେଟିଂ ସହ ସପ୍ତମ ସ୍ଥାନରେ ଥିବା ବେଳେ ୭୨୬ ରେଟିଂ ସହ ଦଶମ ସ୍ଥାନରେ ରହିଚନ୍ତି ଆଜିଙ୍କେ ରାହାନେ ।

ଅନ୍ୟପଟେ ଟେଷ୍ଟରେ ଟପ୍ ଟେନ ବୋଲର ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ । ସେ ୯୦୪ ରେଟିଂ ପାଇ ପ୍ରଥମ ସ୍ଥାନରେ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ଅଚନ୍ତି ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ । ସେ ୮୪୫ ରେଟିଂ ପାଇଛନ୍ତି । ସେହିପରି ନିଲ ୱାଗନର, ଟିମ ସାଉଦି, କଗିସୋ ରାବଡା ଟଥାକ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି । ଟପ୍ ଟେନ୍ ବୋଲର ତାଲିକାରେ ଭାରତୀୟ ବୋଲର ଯଶପ୍ରୀତ ବୁମ୍ରା ୭୭୯ ରେଟିଂ ସହ ଅଷ୍ଟମ ଓ ୭୫୬ ରେଟିଂ ସହ ଦଶମ ସ୍ଥାନରେ ରହିଛନ୍ତି ରବି ଚନ୍ଦ୍ରନ ଅଶ୍ୱନୀ । ବୋଲର ତାଲିକାରେ ଷଷ୍ଠ ସ୍ଥାନରେ ଅଛନ୍ତି ମିଚେଲ ଷ୍ଟାର୍କ, ସପ୍ତମ ସ୍ଥାନରେ ଅଛନ୍ତି ଜେମସ୍ ଆଣ୍ଡ୍ରୁସନ ଓ ନବମ ସ୍ଥାନରେ ଅଛନ୍ତି ଜୋସ୍ ହେଜେଲଉଡ । ସେହିପରି ଭାବରେ ଟପ୍ ଟେନ୍ ଅଲରାଉଣ୍ଡର ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ୍ । ସେ ୪୪୬ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି ।

ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଜାସୋନ ହୋଲଡର । ସେ ୪୨୩ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଚନ୍ତି । ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୩୯୭ ରେଟିଂ ସହ ତୃତୀୟ ସ୍ଥାନ ରହିଛନ୍ତି । ଚତୁର୍ଥରେ ୩୬୬ ରେଟିଂ ସହ ଶକିବ୍ ଉଲ ହାସନ, ପଞ୍ଚମରେ ୨୯୮ ରେଟିଂ ସହ ମିଚେଲ ଷ୍ଟାର୍କ ରହିଛନ୍ତି । ଭାରତୀୟ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱନୀ ୨୮୧ ରେଟିଂ ସହ ଷଷ୍ଠ ସ୍ଥାନରେ ରହିଛନ୍ତି । କ୍ରିସ୍ ୱେକ୍ସ, କଲିନ ଡି ଗ୍ରାଣ୍ଡହୋମ, ପ୍ୟାଟ କମିନ୍ସ ଓ ଷ୍ଟୁଆର୍ଟ ବ୍ରଡ ଯଥାକ୍ର୍ରମେ ସପ୍ତମ, ଅଷ୍ଟମ, ନବମ ଓ ଦଶମ ସ୍ଥାନରେ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ