Masthead

ବେଆଇନ କଫ ସିରପ ଜବତ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲାରୁ ପୁଣି ଧରାପଡିଲ। ବେଆଇନ୍ କଫ ସିରପ । ତୁରେକେଲାରୁ ଗାଡ଼ି ସହ ବିପୁଳ ପରିମାଣର କଫ ସିରପକୁ ଜବତ କରିଛି ପୋଲିସ। ଘଟଣାରେ ସଂପୃକ୍ତ ୨ ଜଣକୁ ଗିରଫ କରାଯାଇଛି। ୧୪ ହଜାର ୪୦୦ ବୋତଲ କଫ ସିରପ ଜବତ କରାଯିବା ସହ ନଗଦ ୧୩ ହଜାର ଟଙ୍କା ଓ କଫ ସିରପରେ ମିଶା ଯାଉଥିବା କିଛି ଟାବଲେଟ ମଧ୍ୟ ଜବତ କରାଯାଇଛି। କାରବାରରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ ସେନେଇ ତଦନ୍ତ ଚାଲିଥିବା ଏସପି କହିଛନ୍ତି।

କର୍ଣ୍ଣାଟକ ନମ୍ୱର ଥିବା ଏକ ଗାଡ଼ିରେ ବିପୁଳ ପରିମାଣର କଫ ସିରପ ବଲାଙ୍ଗିର ଜିଲ୍ଲାର ତୁରେକେଲା ଅଞ୍ଚଳକୁ ଆସୁଥିଲା। ଖବର ପାଇ ତୁରେକେଲା ପୋଲିସ ଗାଡ଼ି ସହ ୯୦ କାଟୁନ କଫ ସିରପ ଜବତ କରିଥିଲା । କଫ ସିରପ ଗାଡ଼ି ଓ ଅଭିଯୁକ୍ତଙ୍କୁ ବଲାଙ୍ଗିର ଏସପି ଅଫିସକୁ ଅଣାଯାଇଥିଲା। ଏସପି ନୀତିନ କୁସଲକର ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ସୂଚନା ଦେଇଥିଲେ। ୧୪ ହଜାର ୪୦୦ ବୋତଲ କଫ ସିରପ ସହ ଗାଡ଼ି, ନଗଦ ୧୩ ହଜାର, ନିଶା ବଟିକା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ